Latest Odisha News

BREAKING NEWS

ଆଜି ୪୩ତମ ଜିଏସଟି ପରିଷଦ ବୈଠକ, ଅଧ୍ୟକ୍ଷତା କରିବେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୩ ତମ ଜିଏସଟି ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ।

ପ୍ରାୟ ଆଠ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବୈଠକ ଅନୁଷ୍ଠିତ ହେବ। କରୁଛି। ଏହି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ତଥା ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ।

ଜିଏସଟି ପରିଷଦର ଏହି ବୈଠକରେ କୋଭିଡ ମେଡିସିନ, ଟିକା ଏବଂ ମେଡିକାଲ ଉପକରଣ ଉପରେ ଟିକସ ହାର ହ୍ରାସ କରିବା ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.