Latest Odisha News

କରୋନାରେ ବରିଷ୍ଠ ସାମ୍ବାଦିକ ସୁନୀଲ ଜୈନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠା ସାମ୍ବାଦିକ ତଥା ଫାଇନାନସିଆଲ୍ ଏକ୍ସପ୍ରେସର ମ୍ୟାନେଜିଂ ଏଡିଟର ସୁନୀଲ ଜୈନ୍ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । କରୋନା ସଂକ୍ରମିତ ହୋଇଥିଲେ ସୁନୀଲ ଜୈନ୍ । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଗତ ୩ ତାରିଖରେ ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ଅଫେରା ରାଇଜକୁ ଚାଲିଗଲେ ସୁନୀଲ୍ । ତାଙ୍କ ବିୟୋଗରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ।

ସୁନୀଲ ଜୈନ୍ କରୋନାରୁ ଧୀରେ ଧୀରେ ସୁସ୍ଥ ହେଉଥିଲେ । ତେବେ ଗତକାଲି ହୃଦଘାତରେ ରାତି ସାଢ଼େ ୮ଟାରେ ଦେହାନ୍ତ ହୋଇଥିବା ତାଙ୍କ ଭଉଣୀ ସନ୍ଧ୍ୟା ଜୈନ୍ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.