Latest Odisha News

BREAKING NEWS

କଣ୍ଟିଲୋ ନୀଳମାଧଵ ମନ୍ଦିର ସେବାୟତଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରର ସେବାୟତମାନଙ୍କୁ ରାଜ୍ୟ ସରକାର ୫୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ନେଇ ନିଷ୍ପତି ନେଇଛନ୍ତି । ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତମାନଙ୍କୁ ମଧ୍ୟ ଅନୁରୂପ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର କାର‌୍ୟ୍ୟକାରିଣୀ ସଦସ୍ୟ  ସିଦ୍ଧାର୍ଥ ଶେଖର ସିଂହ ।

ନୀଳମାଧଵ ମନ୍ଦିରର ୧୧୦ ଜଣ ସେବାୟତଙ୍କ ୫୦ଟି ପରିବାର ଲକଡାଉନ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମନ୍ଦିରକୁ ଶ୍ରଦ୍ଧାଳୁ ଆସୁ ନ ଥିବା ବେଳେ ସେମାନଙ୍କର ରୋଜଗାର ଠପ୍ ହୋଇଯାଇଛି । ଏପରି ସ୍ଥିତିରେ ପରିବାର ଚଳାଇବା ମଧ୍ୟ ମୁସ୍କିଲ ହୋଇପଡିଛି ।

ଖଣ୍ଡପଡାର ପୂର୍ବତନ ବିଧାୟକ ଶ୍ରୀ ସିଂହ ପୁରୀ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଦିଆଯିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି । କଣ୍ଟିଲୋ ନୀଳମାଧବ ମନ୍ଦିରର ସେବାୟତମାନଙ୍କୁ ମଧ୍ୟ ରାଜ୍ୟ ସରକାର ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.