Latest Odisha News

ମୁଁ ନୁହେଁ ଜାଇରା ୱାସିମ୍ , ତୁମ ଧମକରେ ଡରିବି କେମିତି ?

ନୂଆଦିଲ୍ଲୀ: ଫିଲ୍ମ ଦଙ୍ଗଲରେ ଅଭିନୟ କରିଥିବା ଜାଇରା ୱାସିମ୍ ଧମକ ପାଇବା ପରେ ବଲିଉଡ ଛାଡିଥିଲେ । ତାଙ୍କୁ ଉଦାହରଣ ସ୍ୱରୂପ ନେଇ ନିନ୍ଦୁକଙ୍କୁ କଡା ତାଗିଦ କରିଛନ୍ତି ରେସଲର୍ ବବିତା ଫୋଗଟ୍ । ତାବଲିଗି ଜମାତିଙ୍କ ବିଷୟରେ ଟୁଇଟ୍ କରିବା ପରେ ବବିତାଙ୍କୁ କ୍ରମାଗତ ମିଳିଆସୁଛି ହତ୍ୟା ଧମକ ।

ଶୁକ୍ରବାର ଏକ ଭିଡିଓ ଟୁଇଟ୍ କରି ହତ୍ୟା ଧମକକୁ ସେ ଖାତିର କରୁନଥିବା ସ୍ପଷ୍ଟ କରିଛନ୍ତି । ଗତବର୍ଷ ବିଜେପିରେ ଯୋଗଦେଇଥିବା ବବିତା ଅପ୍ରେଲ୍ ୨ରେ କଡା ଭାଷାରେ ତାବଲିଗି ଜମାତିଙ୍କୁ ସମାଲୋଚନା କରିଥିଲେ ।

ପରେ ପୁନର୍ବାର ଅପ୍ରେଲ୍‌୧୫ରେ କୋଭିଡ୍‌-୧୯କୁ ଦ୍ୱିତୀୟ ଓ ମୁର୍ଖ ଜମାତିଙ୍କୁ ଭାରତର ପ୍ରଥମ ସମସ୍ୟା ବୋଲି ଟୁଇଟ୍ କରିଥିଲେ । ଦୁଇଦୁଇଟି ଟୁଇଟ୍ ପରେ ମାଇକ୍ରୋ ବ୍ଲଗିଂ ସାଇଟରେ ବବିତାଙ୍କ ଆକାଉଣ୍ଟ ସସ୍ପେଣ୍ଡ କରିବା ନେଇ ଦାବି ଜୋର ଧରିବା ସହ ହତ୍ୟା ଧମକ ବି ମିଳିଥିଲା ।

ଏହି ଭିଡିଓରେ ସେ କହିଛନ୍ତି କରୋନାଙ୍କୁ ଅଧିକ ମାତ୍ରାରେ ବ୍ୟାପକ କରିଥିବା ଲୋକଙ୍କୁ ସେ ଆକ୍ଷେପ କରିଥିଲେ । ଯଦି ତାବଲିଗି ଜମାତି ଭାଇରସକୁ ବ୍ୟାପକ କରିନଥାନ୍ତେ, ତେବେ ଭାରତ କେବେଠୁ ଲକ୍‌-ଡାଉନ୍ ଓ କରୋନା ନାମକ ଦୁଇଟି ଶବ୍ଦକୁ ଭୁଲିସାରନ୍ତାଣି ।

Leave A Reply

Your email address will not be published.