Latest Odisha News

BREAKING NEWS

‘ଦହି ପୋଟଳ’

ଘରେ ପ୍ରସ୍ତୁତ କରନ୍ତୁ ‘ଦହି ପୋଟଳ’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ:

ପୋଟଳ – ୫୦୦ ଗ୍ରାମ, ବଟା ହୋଇଥିବା (ପିଆଜ,ଅଦା,ରସୁଣ ), ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଲୁଣ – ଆବଶ୍ୟକ ଅନୁଯାୟୀ , ଦହି – ୧କପ , କଟା ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ:

ପ୍ରଥମେ ପୋଟଳର ପ୍ରଥମ ଓ ଶେଷ ଅଂଶକୁ କାଟି ଏହାର ଚୋପା ଛଡ଼ାଇ ଦିଅନ୍ତୁ ଓ ଛୁରୀରେ ପୋଟଳର ଅଧା ପର୍ଯ୍ୟନ୍ତ କାଟନ୍ତୁ। ଏହି ପୋଟଳରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାତ୍ରରେ ରଖିଥିବା ପୋଟଳକୁ ଭାଜନ୍ତୁ।

ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାଇ ସେଥିରେ ପିଆଜ, ଅଦା,ରସୁଣ ବଟା, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଅଳ୍ପ ଲୁଣ ପକାଇ କଷନ୍ତୁ। କଷି ହେବା ପରେ ଏଥିରେ ଜିରା ଗୁଣ୍ଡ,ଗରମ ମସଲା ଓ ଭଜା ହୋଇ ରହିଥିବା ପୋଟଳ ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ଦହି ପକାଇ ଗୋଳାଇ ଦିଅନ୍ତୁ ଓ ୩ରୁ ୪ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କଟା ହୋଇଥିବା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପୋଟଳ।

Leave A Reply

Your email address will not be published.