Latest Odisha News

BREAKING NEWS

ଭେଜିଟେବଲ୍‌ ଚିକେନ୍‌

ସାଧାରଣତଃ  ଘରେ ପନିପରିବାରେ ପ୍ରସ୍ତୁତ ହୋଇଥିବା ଅନେକ ଆଇଟମ୍‌ ଖାଇଥିବେ । କିନ୍ତୁ କେବେ କ’ଣ ପନିପରିବାରେ ଚିକେନ୍ ମିଶାଇ ପ୍ରସ୍ତୁତ ହୋଇଥିବା ଭେଜିଟେବଲ୍‌ ଚିକେନ୍‌  ଖାଇଛନ୍ତି।

ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଭେଜିଟେବଲ୍‌ ଚିକେନ୍‌ ।

ସାମଗ୍ରୀ:

ଚିକେନ୍‌, କଟା ବିଟ୍‌, କଟା ଗାଜର୍‌, କଟା ବିନ୍ସ, ଗ୍ରୀନ୍‌ ମଟର, ଫୁଲ କୋବି, କଟା ପିଆଜ, ଧନିଆ ଓ ତେଜପତ୍ର ଗୁଣ୍ଡ, ଡାଲ୍‌ଚିନି ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ୍‌, ଲୁଣ, ଚିନା ବାଦାମ୍‌ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ତା’ପରେ ସେଥିରେ ହଳଦୀ ଓ ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଚିକେନ୍‌ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ତା’ପରେ କଡ଼େଇରେ ଆହୁରି ତେଲ ଦେଇ ସେଥିରେ ପିଆଜ ପକାନ୍ତୁ। ପିଆଜ ଭାଜି ହୋଇ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା ରସୁଣ ପେଷ୍ଟ୍‌ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ବିନ୍ସ, ଗ୍ରୀନ୍‌ ମଟର ଓ ଫୁଲ କୋବି ପକାଇ ଗୋଳାନ୍ତୁ। କିଛି ସମୟ ପରେ ସେଥିରେ ବିଟ୍ ଓ ଗାଜର୍‌ ପକାଇ ଗୋଳାନ୍ତୁ। ପରିବା ଭଲରେ ମସଲାରେ ମିଶିଯିବା ପରେ ସେଥିରେ ଚିନା ବାଦାମ୍‌ ପକାନ୍ତୁ। ଏହାପରେ ସେଥିରେ ଚିକେନ୍‌ ପକାଇ ଗୋଳାନ୍ତୁ। ତା’ପରେ ତାକୁ ୫ ମିନିଟ୍‌ ଛାଡ଼ିଦିଅନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଡାଲ୍‌ଚିନି ଗୁଣ୍ଡ, ଧନିଆ ଓ ତେଜ ପତ୍ର ଗୁଣ୍ଡ, ଲୁଣ ଓ ପାଣି ଦେଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ପାଣି ମରିଯାଇ ମାଂସ ସିଝିଯିବା ପରେ ତାକୁ ଗୋଳେଇ ଦେଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ସେଥିରେ ଚାହିଁଲେ, ଆପଣ ଧନିଆ ପତ୍ର ପକାଇ ପାରିବେ। ଏବେ ଖାଆନ୍ତୁ ଗରମ ଗରମ ଭେଜିଟେବଲ ଚିକେନ୍‌।

Comments are closed.