Latest Odisha News

BREAKING NEWS

ସରିଲା ରାମାୟଣ; ଏବେ କ’ଣ ପ୍ରସାରଣ କରିବ ଦୂରଦର୍ଶନ, ଜାଣନ୍ତୁ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରାଦେଶରେ ଲକଡାଉନ । ସମସ୍ତ ଲୋକ ଘରେ ବନ୍ଦ ହୋଇ ରହୁଥିବା ବେଳେ ଡିଡି ନ୍ୟାସନାଲ ପକ୍ଷରୁ ଅନେକ ପୁରୁଣା ତଥା ପ୍ରସିଦ୍ଧ ସିରିଏଲ ମାନ ପ୍ରସାରଣ ଆରମ୍ଭ ହୋଇଥିଲା। ଏହା ମଧ୍ୟରୁ ରାମାନନ୍ଦ ସାଗରଙ୍କ ରାମାୟଣ ହେଉଛି ଅନ୍ୟତମ । ସେ ସମୟରେ ଲୋକାଦୃତ ପାଇଥିବା ଭି ଟେଲି ସିରିଏଲ ଆଜିବି ଦର୍ଶକଙ୍କ ଠାରୁ ପାଇଛି ଜବରଦସ୍ତ ପ୍ରତିକ୍ରିୟା ।

ରାମାୟଣ ର ପୁନଃ ପ୍ରସାରଣ ଦୂରଦର୍ଶନକୁ ମଧ୍ୟ ଭଲ ଟିଆରପି ଆଣି ଦେଇଛି । ତେବେ ରାବଣ ବଦ୍ଧ ଓ ରାମଙ୍କ ଅଯୋଧ୍ୟା ଆଗମନ ପରେ ଏହି ସିରିଏଲ ଶନିବାର ସନ୍ଧ୍ୟାରେ ସମାପ୍ତ ହୋଇଛି । ତେବେ ଦର୍ଶକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବା ବର୍ତ୍ତମାନ ଏହି ସମୟରେ କଣ ପ୍ରସାରଣ କରିବ ଦୂରଦର୍ଶନ।

ଦୂରଦର୍ଶନ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ରାମାୟଣ ପରେ ଏବେ ଏଥିରେ ପ୍ରସାରଣ ହେବ ” ଉତ୍ତର ରାମାୟଣ” । ଏହା ଲବକୁଶଙ୍କ କାହାଣୀ ଉପରେ ପର୍ଯ୍ୟବେସିତ । ‘ଏହାର ପ୍ରସାରଣ ଏପ୍ରିଲ ୧୯ (ରବିବାର)ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଏହା କେବଳ ରାତି ସମୟରେ ପ୍ରସାରିତ ହେବ । ପୂର୍ବ ରାତିର ଏପିସୋଡ୍ ସକାଳ ୯ଟା ସମୟରେ ପୁନରାବୃତ୍ତି ହେବ ବୋଲି ଜଣାପଡିଛି ।

ପ୍ରସାର ଭାରତୀ ସିଇଓ ଶଶି ଶେଖର ଏନେଇ ଏକ ଟୁଇଟ କରି ସୂଚାଇଛନ୍ତି । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ନବେ ଦଶକର ପ୍ରସିଦ୍ଧ ସିରିଏଲ ‘ଶ୍ରୀକୃଷ୍ଣ’ ମଧ୍ୟ ପୁନଃପ୍ରକାଶିତ ହୋଇପାରିବ।

Leave A Reply

Your email address will not be published.