Latest Odisha News

BREAKING NEWS

ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା। ସ୍କାଏ କିଙ୍ଗର ମ୍ଯାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀ ଏତଲା ଦେଇଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଆକାଶ ତାଙ୍କ ଜରିଆରେ ଟ୍ରେନ, ବିମାନ ଓ ଚାର୍ଟର ପ୍ଲେନ୍‌ ବୁକିଂ କରାଇଥିଲେ ।

ଆକାଶ ନିଜକୁ ଟାଟା ମୋଟର୍ସ ଏମଡି ପରିଚୟ ଦେବା ସହ ମେଲ୍ ଓ ଜାଲ କାଗଜପତ୍ର ଦେଇଥିଲେ। ଚଳିତବର୍ଷ ଜୁନରୁ ୨କୋଟି ୭୮ଲକ୍ଷ ୩୯ହଜାର ଟଙ୍କାର ଚାର୍ଟର ପ୍ଲେନ୍ ଓ ହୋଟେଲ ବୁକ୍ କରିଥିଲେ। ଏବାବଦରେ ଦେଇଥିଲେ ୨କୋଟି ୧୩ଲକ୍ଷ ୨୨ହଜାର ୮୫୪ଟଙ୍କା ଦେଇଛନ୍ତି। ବକେୟା ଥିବା ୬୫ଲକ୍ଷ ୧୬ହଜାର ୨୩୩ ଟଙ୍କା ଦେଉ ନଥିବା ସେ ଅଭିଯୋଗ କରିଛନ୍ତି।

ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନାଁରେ ଆଇପିସିର ଧାରା ୪୧୯, ୪୨୦, ୪୬୮, ୪୭୧, ୫୦୬ ଓ ୩୪ ରେ ମାମଲା ରୁଜୁ କରି ଖୋଳତାଡ କରୁଛି ଖାରବେଳନଗର ଥାନା ପୋଲିସ।

Leave A Reply

Your email address will not be published.