Latest Odisha News

BREAKING NEWS

ଲୁଇସ ହାମିଲଟନଙ୍କୁ କରୋନା

ନୂଆଦିଲ୍ଲୀ: ଫର୍ମୁଲା ୱାନ କାର ରେସର ବିଜେତା ଲୁଇସ ହାମିଲଟନ କୋଭିଡ୧୯ ପଜିଟିଭ ଥିବା ଜଣାପଡିଛି । ଫଳରେ ସେ ଆଗାମୀ ଶାଖିରା ଗ୍ରାଁ ପ୍ରିରେ ଅଂଶଗ୍ରହଣ କରିବେ ନାହିଁ । ହାମିଲଟନ ବାହାରିନ୍ ଗ୍ରାଁ ପ୍ରି ଜିତିବା ସହ ରେକର୍ଡ ୭ଥର ଫର୍ମୁଲା ୱାନ ଟାଇଟଲ ହାସଲ କରିଛନ୍ତି । ଗତ ସପ୍ତାହରେ ତାଙ୍କର ୩ ଥର ଟେଷ୍ଟ କରାଯାଇଥିଲା । ସବୁଥରର ରିପୋର୍ଟ ନେଗେଟିଭ ଆସିଥିଲା ।

ସୋମବାର ସକାଳୁ ସେ ଥଣ୍ଡା ଏବଂ ଜ୍ୱର ଅନୁଭବ କରିଥିଲେ । ସ୍ୱାବ ଟେଷ୍ଟ କରିବା ପରେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ୩୫ ବର୍ଷୀୟ ଏହି ବ୍ରିଟେନ ରେସର ଏକାନ୍ତବାସ୍ତରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ହାମିଲଟନ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ କୋଭିଡ୧୯ ଟେଷ୍ଟ କରାଇନେବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.