ପୁରୀ: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି । ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଜଗନ୍ନାଥ ସେନା । ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି ।

ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଥାଇ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ପୂର୍ବରୁ ଜଗନ୍ନାଥ ସେନା ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲା । ଏହାପରେ ପୁରୀ ପୋଲିସ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ରୁଜୁ କରିଥିଲା ମାମଲା ।

ଗତ ୪ ତାରିଖ ଦିନ ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଜଗନ୍ନାଥ ସେନା ଅଭିଯୋଗ କରିଥିଲା କରୋନା ସଂକ୍ରମିତ ଥାଇ ଶହ ଶହ ଲୋକଙ୍କ ଗହଣରେ ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟ ସାମିଲ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜଗନ୍ନାଥ ସେବା ସହ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ ମଧ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଏତଲା ଦିଆଯାଇଥିଲା ।
BREAKING NEWS
- Khamenei Trying Escape Dubai: ପରିବାର ସହ ଦୁବାଇ ପଳେଇବା ପାଇଁ ପ୍ଲାନ୍ କଲେଣି ଖାମେନେଇ?, ଇରାନରୁ ସ୍ଥାନାନ୍ତରିତ ହେଲା ୧୩୫୩ କୋଟି ଟଙ୍କା…
- ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି
- Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ
- ୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରି ୫୫ ବର୍ଷିୟ ବୃଦ୍ଧ ଗିରଫ
- ଆସୁଛି ଦାଦା ସାହେବ ଫାଲକେଙ୍କ ବାଓପିକ୍; ନଜର ଆସିବେ ଆମିର…
- The Bluff trailer: ରକ୍ତାକ୍ତ ଆକ୍ସନ୍ ଅବତାରରେ ପ୍ରିୟଙ୍କା ଚୋପ୍ରା, ଚହଳ ସୃଷ୍ଟି କରିଛି ‘ଦି ବ୍ଲଫ୍’ ଟ୍ରେଲରରେ ତାଙ୍କ କିଲର ଲୁକ୍…
- ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ଦେଲା ଝିଅ
- Khandagiri Jatra: ଖଣ୍ଡଗିରିରେ କେଉଁ ପାର୍ଟି କେଉଁ ଦିନ ଯାତ୍ରା କରିବ ଜାଣନ୍ତୁ..
- Indian Army Day: ନୂଆ ଭାରତର ବଳ ଭାରତୀୟ ସେନାଙ୍କ ଆତ୍ମନିର୍ଭରଶୀଳତା; ବ୍ରହ୍ମୋସ୍ ଠାରୁ ଆରମ୍ଭ କରି ନିର୍ଭୟ, ୟୁଏଭି ଏବଂ ନୂତନ ତୋପ…
- 78th Army Day: ଦେଶ ଦେଖିଲା ‘ଭୈରବ ବାଟାଲିୟନ’ର ପରାକ୍ରମ…
Comments are closed.