Latest Odisha News

BREAKING NEWS

FIR Against Khan Sir: ଏମିତି କହିଦେଲେ ଖାନ୍ ସାର୍…ଏବେ ହୋଇପାରନ୍ତି ବନ୍ଧା?

ପାଟନା: ବିହାରର ଜଣାଶୁଣା ଏବଂ ପ୍ରସିଦ୍ଧ ପ୍ରଶିକ୍ଷକ ଖାନ୍ ସାରଙ୍କ ଅଡୁଆ ବଢିଛି । କୋଚିଂ ବିବାଦ ମାମଲାରେ ଏବେ ଗିରଫ ହୋଇପାରନ୍ତି ଖାନ୍ ସାର୍ । କଦମକୁଆନ୍ ପୋଲିସ ଷ୍ଟେସନରେ ଖାନ ଗ୍ଲୋବାଲ୍ ଷ୍ଟଡିଜ୍ ର ନିର୍ଦ୍ଦେଶକ ଫୈଜଲ ଖାନ ଓରଫ ଖାନ ସାରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ପୋଲିସ ତାଙ୍କ ବିରୁଦ୍ଧରେ ଗୁଳିଚାଳନା ଏବଂ ଅସ୍ତ୍ରଶସ୍ତ୍ର ଆଇନ ସହିତ ଜଡିତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଏହି ନିକଟରେ ଖାନ୍ ସାରଙ୍କ ପାଟନା ସ୍ଥିତ କୋଚିଂ କ୍ୟାମ୍ପସରେ ହୋଇଥିବା ଉତ୍ତେଜନା, ଭାଇରାଲ ଭିଡିଓ ଏବଂ ତଦନ୍ତ ସମୟରେ ମିଳିଥିବା ପ୍ରମାଣ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ଏହି ଘଟଣା ପରେ, ମାମଲାଟି ଅଧିକ ଗମ୍ଭୀର ହୋଇପଡ଼ିଛି। ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି ଏବଂ ଘଟଣା ସମୟରେ କିଏ କ’ଣ ଭୂମିକା ଗ୍ରହଣ କରିଛି ତାହାର ଖୋଳତାଡ ଆରମ୍ଭ କରିଛି ।

ସେପଟେ ଏଫଆଇଆର ପଞ୍ଜିକରଣ ପରେ, ଫୈସଲ ଖାନ ଓରଫ ଖାନ ସାର୍ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଏଫଆଇଆର ବିଷୟରେ ସେ କିଛି ବି ଜାଣିନାହାନ୍ତି । ସେ କହିଛନ୍ତି ଯେ ତାଙ୍କ ସୁରକ୍ଷାକର୍ମୀମାନେ ଘଟଣା ସମୟରେ ଆତ୍ମରକ୍ଷା ପାଇଁ ଅସ୍ତ୍ର ବ୍ୟବହାର କରିଥିଲେ। ଖାନ ସାର୍ କହିଛନ୍ତି ଯେ ସେ ଆଇନ ଏବଂ ପୋଲିସ ପ୍ରଶାସନକୁ ସମ୍ପୂର୍ଣ୍ଣ ସମ୍ମାନ କରନ୍ତି ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବେ।

ତେବେ ପାଟନାର କଦମକୁଆଁରେ ଥିବା କ୍ୟାମ୍ପସରେ ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ଏକ ବ୍ୟାନର ଲଗାଯାଇଥିଲା। କିଛି ଲୋକ ଏହାକୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହା ପରେ, ଖାନ ଗ୍ଲୋବାଲ ଷ୍ଟଡିଜ୍ କ୍ୟାମ୍ପସରେ ଇଟା-ପଥର ମାଡ଼, ବିଲବୋର୍ଡ ଭଙ୍ଗାରୁଜା ଏବଂ ଜଣେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ରିପୋର୍ଟ ହୋଇଥିଲା। ଏହି ଘଟଣା ପରେ, ଖାନ ସାର୍ ସାର୍ବଜନୀନ ଭାବରେ ଦାବି କରିଥିଲେ ଯେ ତାଙ୍କ ପ୍ରତିଷ୍ଠାନ ବାହାରେ ଅନେକ ରାଉଣ୍ଡ ଗୁଳିଚାଳନା ହୋଇଥିଲା। ଏହି ବୟାନ ପରିସ୍ଥିତିକୁ ଆହୁରି ତେଜିଥିଲା, ଛାତ୍ରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କିନ୍ତୁ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ, ପାଟନା ପୋଲିସ କହିଛି ଯେ ଗୁଳିକାଣ୍ଡ ହୋଇଥିବା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଆଉ ପରେ ଭାଇରାଲ ଭିଡିଓରେ ଏହା ବି ଦେଖାଯାଇଥିଲା ଯେ, ଖାନ୍ ସାରଙ୍କ ନିଜସ୍ବ ସୁରକ୍ଷା କର୍ମୀ ବନ୍ଧୁକ ବାହାର କରି ଦେଖାଇଥିଲେ । ଯାହାପରେ ନିଜର ବୟାନ୍ ବଦଳାଇଥିବା ନଜର ଆସିଥିଲେ ଖାନ୍ ସାର୍ । ଆଉ ଏବେ ଭାଇରାଲ୍ ଭିଡିଓ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ, ଖାନ ଗ୍ଲୋବାଲ ଷ୍ଟଡିଜ୍ ର ଦୁଇଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଇଛି। ଆଉ ଖାନ ସାରଙ୍କ ବିରୋଧରେ ଏବେ ଏକ ଏଫଆଇଆର ରୁଜୁ କରାଯାଇଛି।

Leave A Reply

Your email address will not be published.