ଦିଲ୍ଲୀ: ୟୁକ୍ରେନରେ ଋଷର ଆକ୍ରମଣ ଜୋରଦାର ହୋଇଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ଆକ୍ରମଣ କରିଛି ।
ମୋର୍ଟାର ଓ ବୋମାମାଡ ଯୋଗୁଁ ନିଉକ୍ଲିୟର ପ୍ଲାଂଟରେ ନିଆଁ ଲାଗିଯାଇଛି । ଏଠାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । କିଛି ରିପୋର୍ଟ ଅନୁସାରେ, ପ୍ଲାଂଟ ଭିତରକୁ ଫାୟାର ଫାଇଟିଙ୍ଗ ସିଷ୍ଟମକୁ ଯିବାକୁ ଅନୁମତି ଦିଆଯାଇନାହିଁ । ଏହାପରେ ପ୍ଲାଂଟ ଭିତରେ ଧମାକା ହୋଇଛି । ଋଷ ସୈନିକ ପ୍ଲାଂଟ ଭିତରେ ପ୍ରବେଶ କରିଛନ୍ତି ।
ଏହ ୟୁକ୍ରେନର ଅଧିକାରୀଙ୍କ ସୁତ୍ରକୁ ଉଦ୍ଧାର କରି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡିକ କହିଛନ୍ତି ଯେ, ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟ ପ୍ରବଳ ଧୂଆଁ ଉଠୁଛି । ଏହାପରେ ଋଷ ସୈନିକ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଉତର-ପଶ୍ଚିମ ଭାଗରେ ରହିଛି ଏନରହୋଦର ସହର । ଜେବୋରିଜିଆ ସହରରେ ୟୁରୋପର ସବୁଠାରୁ ବଡ ନିଉକ୍ଲିୟର ପ୍ଲାଂଟ ରହିଛି ।
Comments are closed.