Latest Odisha News

BREAKING NEWS

କଟକ ଭରତିଆ ଟାୱାରରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କଟକ: କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଆଜି ସଂଧ୍ୟାରେ ଲାଗିଥିଲା ନିଆଁ । ବିଲ୍ଡିଂର ପଞ୍ଚମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବାଦାମବାଡ଼ି ଛକରେ ଥିବା ଭରତିଆ ଟାୱାରରେ ଆଜି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି। କୋଠାର ଏକ ଘର ଭିତରେ ନିଆଁ ଲାଗିବା ପରେ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଣ୍ଟାଏ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲା। ଏଠାରେ ଶତାଧିକ ବ୍ୟବସାୟିକ ସଂସ୍ଥା ରହିଥିବାରୁ ଲୋକେ ଭୟଭୀତ ହୋଇଥିଲେ । ନିଆଁ ଲାଗିବା ସମୟରେ ଏହି ଟାୱାର ରେ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ଥିଲା। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଥିଲା । ରାସ୍ତାରେ ଲୋକଙ୍କ ଭିଡ଼ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା

Leave A Reply

Your email address will not be published.