Latest Odisha News

BREAKING NEWS

LIC ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର

କଟକ: କଟକ ମାଛୁଆ ବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ନିଆଁ ଲାଗିବା ଯୋଗୁ ଵ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ତଳ ମହଲାରେ ଲାଗିଥିଲା। ଉପର ମହଲାକୁ ନିଆଁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡରେ ତଳ ମହଲାରେ ଥିବା ରେକର୍ଡ ପତ୍ର ସହ କିଛି କମ୍ପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୧୫ମିନିଟ ଭିତରେ ଏଲଆଇସି ଅଫିସରେ ନିଆଁ ଲାଗିଥିଲା । ନିଆଁ ଲାଗିଥିବା ଥିବା ଦେଖି ବିଲ୍ଡିଂରେ ରହୁଖିବା ଲୋକ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଦମକଳ ବାହିନୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଅନୁମାନ କରାଯାଉଛି ଯେ, ସିଲିଂ ଫ୍ୟାନ ଅଧିକ ସମୟ ଧରି ଚାଲିଵାରୁ ଫ୍ୟାନ୍ ଟି ପୋଡିଯାଇଥିଲା। ସିଲିଂ ଫ୍ୟାନରୁ ନିଆଁ ଅଫିସର କାଗଜପତ୍ରରେ ପଡି ସାରା ଅଫିସରେ ନିଆଁ ଲାଗିଯାଇଥିଲା ।

Leave A Reply

Your email address will not be published.