Latest Odisha News

BREAKING NEWS

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଜୋତା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ ଜୋତା ଫ୍ୟାକ୍ଟ୍ରିରେ ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଶିଳ୍ପାଞ୍ଚଳରେ ଥିବା ଏକ ଜୋତା ଫ୍ୟାକ୍ଟ୍ରିରେ କୌଣସି କାରଣବଶତଃ ନିଆଁ ଲାଗିଯାଇଛି।

ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏଯାବତ୍ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ ।

ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ କର୍ମଚାରୀମାନେ ସନ୍ଦେହ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଦିଲ୍ଲୀର କରାଡି ଅଞ୍ଚଳରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ଥିବା କପଡା ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଗୋଦାମରେ ହୋଇଥିବା ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ମଧ୍ୟ ହୋଇଥିଲେ ।

 

Leave A Reply

Your email address will not be published.