Latest Odisha News

ବୋଲେରୋ-ବସ୍ ମୁହାଁମୁହିଁ ଧକ୍କା; ୪ ଯାତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ସ୍ଥିତ ଜାତୀୟ ରାଜପଥ ୫୫ ର ଗୁରୁଣ୍ଡୁ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ରାଇପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକ ବୋଲେରୋରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ । ଅନ୍ୟପଟେ ଜାତୀୟ ରାଜପଥ ୫୫ର ଗୁରୁଣ୍ଡୁ ଠାରେ ଭୁବନେଶ୍ଵରରୁ ଇବ ଅଭିମୁଖେ ଯାଉଥିବା ସୁଶ୍ରୀ ନାମକ ନାଇଟକୋଚ ବସ ଉକ୍ତ ବୋଲେକୁ ଧକ୍କା ଦେଇଥିଲା । ଫଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାରେ ପାଖାପାଖି ୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ବୋଲେରୋରେ ଥିବା ଡ୍ରାଇଭର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ରହିଥିବା ସୁତ୍ରରୁ ପ୍ରକାଶ । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରିଛନ୍ତି।

ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

 

Leave A Reply

Your email address will not be published.