Latest Odisha News

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

କଳାହାଣ୍ଡି: ଟିଟଲାଗଡ଼ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ। ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। କେସିଙ୍ଗାରୁ ଟିଟଲାଗଡ଼ ଅଭିମୁଖେ ଆସୁଥିଲା କୋଇଲା ବୋଝେଇ ଟ୍ରେନ୍‌। ୫ ନମ୍ବର ପ୍ଲାଟଫର୍ମରେ ଅଟକିଛି ଟ୍ରେନ୍‌। ୫ଟି ବଗିରେ ଲାଗିଛି ନିଆଁ।

ଏହି ମାଲଗାଡି ଟ୍ରେନଟି ରାୟଗଡ଼ାରୁ ଟିଟିଲାଗଡ଼ ଷ୍ଟେସନ ପଟକୁ ଯାଉଥିବା ବେଳେ ଟ୍ରେନର ପ୍ରଥମ କେତେକ ଡବାରେ ନିଆଁ ଲାଗି କୋଇଲା ଜଳୁଥିବା କେସିଙ୍ଗା ଷ୍ଟେସନ୍ ରେ ଦେଖିବାକୁ ମିଳିଥିଲା। ଟ୍ରେନଟି କେସିଙ୍ଗା ଷ୍ଟେସନ ଅତିକ୍ରମ କରୁଥିବା ବେଳର ଭିଡିଓ ମୋବାଇଲରେ କଏଦ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ ଲାଗିବା ବିଷୟକୁ କେସିଙ୍ଗା ଷ୍ଟେସନ କତ୍ତୃପକ୍ଷ ସ୍ୱୀକାର କରିଛନ୍ତି। କିନ୍ତୁ କେଉଁଠାରୁ କେଉଁ ସ୍ଥାନକୁ ଟ୍ରେନଟି ଯାଉଥିଲା, କେତେ ପରିମାଣର କୋଇଲା ନଷ୍ଟ ହେଇଛି ସେ ନେଇ ଷ୍ଟେସନ୍ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି।

Comments are closed.