Latest Odisha News

BREAKING NEWS

ଡ଼ାକ୍ତରଖାନାର ଆଇସିୟୁରେ ନିଆଁ; ଅଳ୍ପକେ ବଞ୍ଚିଲେ ରୋଗୀ

କୋହ୍ଲାପୁର: ପୁଣି ଏକ ଡାକ୍ତରଖାନାରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୧୫ ରୋଗୀ ।

ସୂଚନାନୁସାରେ, ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଛତ୍ରପତି ପ୍ରମିଳା ରାଜେ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ସଂଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ମଧ୍ୟ ହୋଇଛି ।

ତେବେ ଅଗ୍ନିକାଣ୍ଡ ଘଟିବା ପରେ ଆଇସିୟୁ ବିଭାଗରେ ଥିବା ସମସ୍ତ ୧୫ ଜଣ ରୋଗୀଙ୍କୁ ତୁରନ୍ତ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏହି ଭୟାବହ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ଅଳ୍ପକେ ବଞ୍ଚି ଯାଇଛି ୧୫ ରୋଗୀଙ୍କ ଜୀବନ । ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.