Latest Odisha News

BREAKING NEWS

ଆଶୀର୍ବାଦ ଟାୱାରରେ ଅଗ୍ନିକାଣ୍ଡ, ୩ ଜଣଙ୍କ ମୃତ୍ୟୁ ସୂଚନା

ରାଞ୍ଚି: ଜଳୁଛି ଟାୱାର, ଜୀବନ ବିକଳରେ ଦୌଡ଼ୁଛନ୍ତି ଲୋକେ । ଝାଡ଼ଖଣ୍ଡର ଧନବାଦର ଆଶୀର୍ବାଦ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଏକାଧିକ ଲୋକ ନିଆଁ ଓ ଧୂଆଁରେ ଫସି ରହିଥିବା ଆଶଙ୍କା କରା ଯାଉଛି ।

ଧନବାଦ ସହରର ବ୍ୟାଙ୍କ ଛକ ଶକ୍ତି ମନ୍ଦିର ନିକଟରେ ରହିଛି ଆଶୀର୍ବାଦ ଟାୱାର । ନିଆଁ ଲିଭାଇବା ଲାଗି ଦମକଳ ବାହିନୀ ଉଦ୍ୟମ କରୁଥିବା ବେଳେ ସଫଳ ହୋଇ ନାହିଁ । ଦୂରରୁ ନିଆଁ ଜୋରରେ ଜଳୁଥିବେ ଦେଖା ଯାଉଛି ।

୨ ଦିନ ତଳେ ଧନବାଦ ସହରର ହାଜରା କ୍ଲିନିକରେ ନିଆଁ ଲାଗିଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ମଙ୍ଗଳବାର ଆଶୀର୍ବାଦ ଟାୱାରରେ ନିଆଁ ଲାଗିଥିବା ବେଳେ ଏବେ ସୁଦ୍ଧା ୩ ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.