Latest Odisha News

BREAKING NEWS

ଜଳିଗଲା ଘର, ୭ ଶିଶୁ ସମେତ ୨୧ ଜୀବନ୍ତ ଦଗ୍ଧ

ଜାବାଲିଆ (ପାଲେଷ୍ଟାଇନ): ପାଲେଷ୍ଟାଇନ ଜାବା ସହରର ଉତ୍ତର ଭାଗରେ ଥିବା ଏକ ଘରେ ନିଆଁ ଲାଗି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ପାଲେଷ୍ଟାଇନ ଇନକଲାବକୁ ନିୟନ୍ତ୍ରଣରେ ରଖିଥିବା ହମାସ୍୍ ଇସ୍ଲାମବାଦୀଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ତଥାପି ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ମିଡିଆ ରିପୋର୍ଟ ଅନୁଯାୟୀ ଅତିକମରେ ୭ ଶିଶୁଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

ତେବେ ଏତେ ବଡ ଅଗ୍ନିକାଣ୍ଡ କିପରି ଘଟିଲା,  ତାହାର କାରଣ ଏ ଯାଏ ଜଣାପଡ଼ି ନାହିଁ । ସ୍ଥାନୀୟ ନାଗରିକ ସୁରକ୍ଷା ବିଭାଗର ଜଣେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଘରେ ଜାଳେଣୀ ସାମଗ୍ରୀ ଜମା ହୋଇଥିଲା । ହୁଏତ ଜାଳେଣୀରେ କୌଣସି କାରଣରୁ ନିଆଁ ଲାଗି ଭୟଙ୍କର ରୂପ ନେଇଥାଇ ପାରେ ।

ଅନ୍ୟପକ୍ଷେ, ରାଷ୍ଟ୍ରପତି ମହମଦ ଅବ୍ବାସ ଏହାକୁ ରାଷ୍ଟ୍ରୀୟ ବିପତ୍ତି ବୋଲି ଘୋଷଣା କରିବା ସହ ଶୁକ୍ରବାରକୁ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି । ଏହି ଦିନ ପାଲେଷ୍ଟାଇନର ରାଷ୍ଟ୍ରୀୟ ପତାକା ଅର୍ଦ୍ଧନିମିତ ରହିବ । ଏଥି ସହିତ ପୀଡିତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାପାପଇଁ ମଧ୍ୟ ଅପିଲ କରିଛନ୍ତି ।

ଅନ୍ୟପକ୍ଷେ ବରିଷ୍ଠ ଅଧିକାରୀ ଇଜରାଏଲର ଇରେଜ କ୍ରସିଂକୁ ଖୋଲିବା ପାଇଁ ଅନୁରୋଧ କରିଛନ୍ତି । ଏହି ଇରେଜ କ୍ରସିଂ ଦକ୍ଷିଣ ଇଜରାଏଲକୁ ସଂଯୋଗ କରୁଛି  । ହେଲେ ଏହା ସାଧାରଣତଃ   ରାତିରେ ବନ୍ଦ ରୁହେ । ଏହି ବ୍ରିଜ ଖୋଲିଲେ ଗୁରୁତର ବ୍ୟକ୍ତିଙ୍କୁ ଆବଶ୍ୟକ ପଡ଼ିଲେ ଜାଗପଟ୍ଟି ବାହାରକୁ ଚିକିତ୍ସା ପାଇଁ ନେବାରେ ସୁବିଧା ହେ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.