Latest Odisha News

BREAKING NEWS

ମଣିପୁର ଡାଜୁକୋ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ; ସହାୟତା ପ୍ରଦାନ ନିମନ୍ତେ ଗୃହମନ୍ତ୍ରୀଙ୍କ ପ୍ରୟାସ ଜାରି

ଇମ୍ଫାଲ: ମଣିପୁର-ନାଗାଲାଣ୍ଡ ସୀମାରେ ଅବସ୍ଥିତ ଡାଜୁକୋ ରେଞ୍ଜର ଜଙ୍ଗଲରେ ଅଗ୍ନିକାଣ୍ଡ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ସେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ ଫୋନରେ କଥା ହୋଇଥିବା  ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ଡାଜୁକୋ ଉପତ୍ୟକାର ଜଙ୍ଗଲରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଥା ହୋଇଥିଲେ। ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣକୁ ଆଣିବା ପାଇଁ ଅମିତ୍ ଶାହା ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ନିଶ୍ଚିତ କରିଛନ୍ତି।

BjdElectrycity

ଏହାପୂର୍ବରୁ ମଣିପୁରର ସରକାର ଗୁରୁବାର ଦିନ ଡାଜୁକୋ ରେଞ୍ଜର ଜଙ୍ଗଲରେ ଲାଗିଥିବା ନିଆଁକୁ ଦୂର କରିବା ପାଇଁ ଏନଡିଆରଏଫର ସହାୟତା ଲୋଡିଛନ୍ତି। ବିରେନ ସିଂ ଗୁରୁବାର ଦିନ ଡୋଜୁକେ ରେଞ୍ଜରେ ଏକ ବିମାନ ସର୍ଭେ କରିଥିଲେ ଏବଂ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏହି ସମୟ ମଧ୍ୟରେ ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଡ. ରାଜେଶ କୁମାର ଏବଂ ପୋଲିସ ମହାନିର୍ଦେଶକ ଏଲ.ଏମ ଖୋଟେଙ୍କ ସହିତ ମଧ୍ୟ ଉପସ୍ଥିତ ଥିଲେ। ଡୋଜୁକୋ ଉପତ୍ୟକା ନାଗାଲାଣ୍ଡ ଏବଂ ମଣିପୁରର ସୀମାରେ ଅଛି।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ମଣିପୁର ସରକାର ଏନଡିଆରଏଫରୁ ସାହାଯ୍ୟ ଲୋଡିଛନ୍ତି। ଏକାସାଙ୍ଗରେ ସେନା ଏବଂ ଆସାମ ରାଇଫଲ୍ସରୁ ମଧ୍ୟ ସହାୟତା ଲୋଡିଛନ୍ତି। ଏହି ସମୟରେ ଅଗ୍ନିଶମ ଏବଂ ଜଙ୍ଗଲ ବିଭାଗର କର୍ମଚାରୀମାନେ ସ୍ଥାନୀୟ ମାଓ ସ୍ୱେଚ୍ଛାସେବୀମାନଙ୍କ ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.