Latest Odisha News

BREAKING NEWS

ରାଜ୍ୟରେ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆବର୍ଷରେ ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ । ଆଜି ରାଜ୍ୟରେ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୨୭ଟି ଜିଲ୍ଲାକୁ ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ।

ଏହାଦ୍ୱାରା ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ । ଗରିବ ଓ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଲୋକ ଉପକୃତ ହୋଇପାରିବେ । ହସ୍ପିଟାଲରେ ରୋଗଙ୍କୁ ସୁରକ୍ଷିତ ଭାବରେ ପହଞ୍ଚା ଯାଇ ପାରିବ ।

Leave A Reply

Your email address will not be published.