Latest Odisha News

ଆଇଏନଏସ୍ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ, କର୍ମଚାରୀ ସୁରକ୍ଷିତ 

ନୂଆଦିଲ୍ଲୀ: ଆଇଏନଏସ୍ ବିକ୍ରମାଦିତ୍ୟରେ ଶନିବାର ସକାଳେ ସାମାନ୍ୟ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରାଯାଇଥିଲା ବେଳେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ସେନାର ଜଣେ ମୁଖପାତ୍ର କହିଛନ୍ତି।

“କାର୍ଯ୍ୟରତ କର୍ମଚାରୀ ମାନେ ନାବିକ ରହୁଥିବା ସ୍ଥାନରୁ ଧୂଆଁ ବାହାରୁଥିବା ଦେଖିଥିଲେ। ସଙ୍ଗେସଙ୍ଗେ ସେମାନେ ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। ଯାହା ଫଳରେ ଏକ ବଡ଼ ଧରଣର କ୍ଷୟକ୍ଷତିକୁ ରୋକାଯାଇ ପାରିଛି”।

ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

 

Comments are closed.