Latest Odisha News

BREAKING NEWS

କୋଭିଡ୍ ଡ୍ୟୁଟି ପାଇଁ ଏସସିବି ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ ବସଟି ଗଛରେ ଧକ୍କା ହୋଇଛି । ଟର୍ଣ୍ଣିଂ ବୁଲିବା ବେଳେ ଭାରସାମ୍ୟ ହରାଇ ଓଏସଆରଟିସି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୭ ଜଣ ଢାକ୍ତରୀ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

କଟକ ଏସସିବି ଓ ମେଡିକାଲ୍ କଲେଜ ଓ ହସ୍ପିଟାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବସଟି ବଲାଙ୍ଗିର ଯାଉଥିଲା । ବସରେ ଯାଉଥିବା ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ନିୟୋଜିତ ହୋଇଥାନ୍ତେ । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି ।

 

Leave A Reply

Your email address will not be published.