Latest Odisha News

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ମକ ଡ୍ରିଲ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ସୁରକ୍ଷା ସମ୍ବନ୍ଧୀୟ ଏକ ମକ ଡ୍ରିଲ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ହସ୍ପିଟାଲ ପରିସରରେ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ଭିତରେ ସଚେତନତା ପାଇଁ ମକ ଡ୍ରିଲ୍ କରାଯାଇଛି ।

କ୍ୟାପିଟାଲ ହସ୍ପିଟାଲରେ କୌଣସି ଅଘଟଣ ଘଟିଲେ ଏହାକୁ କିପରି ମୁକାବିଲା କରାଯିବ, ତାହା ଏହି ମକ ଡ୍ରିଲରେ ପରଖା ଯିବା ଉଦ୍ଦେଶ୍ୟରେ ଏହି ମକଡ୍ରିଲ କରାଯାଇଥିଲା ।

ଉଦାହରଣ ସ୍ୱରୂପ, ନିଆଁ ଲିଭାଇବା, ସ୍କାଏଲିଫ୍ଟ ବ୍ୟବହାର କରି ଉପର ମହଲାରୁ ନିଆଁ ଲିଭାଇବା, ନିଆଁ ବା ଧୂଆଁମୟ ଘର ଭିତରୁ ରୋଗୀଙ୍କୁ ଉଦ୍ଧାର କରିବା ଆଦି ମକ ଡ୍ରିଲରେ କରାଯାଇଥିଲା ।

ଏଥିରେ ହସ୍ପିଟାଲରେ ନିଯୁକ୍ତ ସୁରକ୍ଷା କର୍ମୀ ଏବଂ ନର୍ସ ମାନଙ୍କୁ ଟ୍ରେନିଂ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନିଆଁ ଲାଗିଥିଲା । ଅବଶ୍ୟ କାହାର କିଛି କ୍ଷୟକ୍ଷତି ଘଟିନଥିଲା । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିଲା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.