Latest Odisha News

BREAKING NEWS

ଅବସର ପରେ ଯବାନଙ୍କ ପ୍ରଶିକ୍ଷଣ କେନ୍ଦ୍ର, ମାଗଣା ଦେଉଛନ୍ତି ତାଲିମ୍

ଯାଜପୁର: ଦୌଡ଼କୁଦ ସାଙ୍ଗକୁ ବ୍ୟାୟାମ ପୁଣି ସାଇକେଲିଂ । ଫିଟେନସ୍ ଟିପ୍ସ ସହିତ ଦିଆ ଯାଉଛି ଭଳିକ ଭଳି ତାଲିମ୍ । ତେବେ ସରକାରଙ୍କ ପକ୍ଷରୁ ଏଭଳି ପ୍ରଶିକ୍ଷଣ ଦିଆଯାଉ ନାହିଁ । ଅବସରପ୍ରାପ୍ତ ସୈନିକ ତରୁଣ କୁମାର ଦାସ ନିଜ ଉଦ୍ୟମରେ ଏଭଳି ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୨୦ ମସିହାରେ ତରୁଣ ଦାସ ସେନାରୁ ଅବସର ନେବା ପରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅଲିଆବାଦ ଗାଁରେ ଖୋଲିଛନ୍ତି ପ୍ରଶିକ୍ଷଣ କେନ୍ଦ୍ର ।

ଗ୍ରାମାଞ୍ଚଳର ପିଲାଙ୍କୁ ଖେଳକୁଦ ପ୍ରତି ଆକୃଷ୍ଟ କରିବା ସହିତ ଫିଟନେସ୍ ରଖିବା ଉଦ୍ଦଶ୍ୟରେ ସେ ଏହି ପ୍ରୟାସ ଆରମ୍ଭ କରିଥିଲେ । ଏବେ ପ୍ରାୟ ଶହେରୁ ଅଧିକ ପିଲା ଏଠି ତାଲିମ୍ ନେଉଛନ୍ତି । ସେନାରେ ସାମିଲ୍ ହେବା ଦିନରୁ ଗାଁ ପାଇଁ କିଛି କରିବାର ନିଶା ତରୁଣଙ୍କୁ ଘାରି ଥିଲା । ଅବସର ପରେ ଗାଁକୁ ଆସି ପୋଖରିର ପୁନରୁଦ୍ଧାର କରି ସେଠୋର ସେ ବୋଟିଂ ସେଣ୍ଟର ଖୋଲି ଥିଲେ ।

ପରେ ଗାଁ ପିଲାମାନଙ୍କୁ ଏକାଠି କରି ଦୌଡ, ସାଇକେଲିଂ, ପହଁରା ଶିଖାଇବା ସହ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଉଛନ୍ତି । ବର୍ଷେରୁ ଅଧିକ ସମୟ ହେଲା ତରୁଣ ମାଗଣା ପ୍ରଶିକ୍ଷଣ ଦେଉଥିବା ବେଳେ ସ୍ଥାନୀୟ ଲୋକେ ସହଯୋଗ ବି କରୁଛନ୍ତି । ତରୁଣଙ୍କ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ୩ ଜଣ ମନୋନୀତ ହୋଇଛନ୍ତି ।  ଅବସରପ୍ରାପ୍ତ ସୈନିକ ତରୁଣ ଗାଁ ପିଲାଙ୍କୁ ମାଗଣା ପ୍ରଶିକ୍ଷଣ ଦେବା ସହ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.