Latest Odisha News

ବ୍ୟାଙ୍କରେ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ସୁବର୍ଣ୍ଣପୁର: ଉଲୁଣ୍ଡା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କର ରେକର୍ଡ ରୁମରେ ନିଆଁ ଲାଗିଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଛାରଖାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ବହୁ ସମୟ ପରେ ନିଆଁ ଆୟତ୍ତ ହୋଇଥିଲା ।

ନିଆଁ ଲିଭାଇବା ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Comments are closed, but trackbacks and pingbacks are open.