Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମ ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପାରମ୍ପରିକ ସେବାୟତମାନେ ନିଷ୍ଠାର ସହ ଏହି ବେଶ ଶେଷ କରିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ସନ୍ଥ ମନୋହର ଦାସଙ୍କ ପାଇଁ ପ୍ରଭୁ ମାଘ ଶୁକ୍ଳ ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ ।

ପଣ୍ଡୁ ପୂର୍ଣ୍ଣିମାଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଛି । ନିର୍ମାଣ କାମରେ ଦରଜୀ ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥିଲେ ।

ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡ଼ି ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ ହୋଇଛି । କରପଲ୍ଲଭ, ହଂସ, ଡାଳି, ଶ୍ରୀମୁଖ ପଦ୍ମ ଆଦି ଅଂଶ ସ୍ଥାନ ପାଇଛି ।

ମହାପ୍ରଭୁଙ୍କର ଏହି ଦୁର୍ଲଭ ପଦ୍ମ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରକ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଅନୁମାନ କରାଯାଉଛି । କୋଭିଡ୍ କଟକଣାରେ କାଲିଠାରୁ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।

Comments are closed, but trackbacks and pingbacks are open.