ନବରଙ୍ଗପୁର : ନିଆଁ ପୁଇଁବା ସମୟରେ ଗର୍ଭବତୀଙ୍କ ଶାଢ଼ୀରେ ଲାଗିଯାଇଥିଲା ନିଆଁ ।ଗୁରୁତର ଅବସ୍ଥାରେ ୬ ମାସର ଗର୍ଭବତୀ । ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗାଁର ଗ୍ରାମର ମୋନଜ ବିଷୋୟୀଙ୍କ ୬ ମାସର ଗର୍ଭବତୀ ସ୍ତ୍ରୀ ମମତା ବିଷୋୟୀ । ଆଜି ସକାଳୁ ନିଆଁ ପୁଇଁବା ସମୟରେ ଅସାବଧନତା ଯୋଗୁଁ ଶାଢ଼ୀରେ ନିଆଁ ଲାଗିଯାଇଥିଲା । ଆଉ ମମତାଙ୍କ ଗୋଡ଼ ପୋଡିଯାଇଥିଲା।
ଏହି ସମୟରେ ଉପସ୍ଥିତ ଥିବା ମମତାଙ୍କ ସମ୍ପର୍କୀୟ ଗୁରୁତର ଅବସ୍ଥାରେ ମମତାଙ୍କୁ ଉଦ୍ଧାର କରିବାପରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ଭର୍ତ୍ତି କରିଥିଲେ ।ପରେ ମମତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏନେଇ ଗୁରୁତର ଗର୍ଭବତୀଙ୍କ ଚିକିତ୍ସା ଚାଲିଛି ।
Comments are closed.