Latest Odisha News

BREAKING NEWS

ନିଆଁ ଲିଭାଇବାକୁ ଯାଇ ପୋଡ଼ିଗଲେ ୪ ଅଗ୍ନିଶମ କର୍ମଚାରୀ, ୨ ଗୁରୁତର

ସମ୍ବଲପୁର: ନିଆଁ ଲିଭାଇବାକୁ ଯାଇ ନିଆଁରେ ପୋଡ଼ିଗଲେ ୪ ଅଗ୍ନିଶମ କର୍ମଚାରୀ। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଚାଉଁରପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୋକାନରେ ଲାଗିଥିବା ନିଆଁକୁ ଲିଭାଇଲା ବେଳେ ହଠାତ୍‌ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ନିଆଁରେ ପୋଡ଼ି ହୋଇ ୪ ଅଗ୍ନିଶମ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

ସୂଚନା ଅନୁସାରେ, ଗତକାଲି ଭୋର ୩ଟା ସମୟରେ ଚାଉଁରପୁର ଅଞ୍ଚଳର ଏକ ଦୋକାନରେ ନିଆଁ ଲାଗିଯାଇଥିଲା। ଖବର ପାଇ  ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲା। ଏହି ସମୟରେ ଦୋକାନ ଭିତରେ ଥିବା ଗ୍ୟାସ୍‌ ଟାଙ୍କିଟି ହଠାତ୍ ବିସ୍ଫୋରଣ କରିବାରୁ ନିଆଁ ଝୁଲରେ ୪ ଅଗ୍ନିଶମ କର୍ମଚାରୀ ପୋଡ଼ି ହୋଇ ଗୁରୁତର ହୋଇଥିଲେ।

ଏହାପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ଚିକିତ୍ସା ବୁର୍ଲା ମେଡିକାଲରେ ହେଉଥିବା ବେଳେ ଆଉ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି।

Leave A Reply

Your email address will not be published.