Latest Odisha News

BREAKING NEWS

ସ୍କୁଲ୍ ଯାଉଥିବା ୩ ଛୁଆଙ୍କ ଉପରେ ଏସୟୁଭି ଚଢ଼ାଇ ଦେଲେ କଲେଜ ଛାତ୍ର

ଚେନ୍ନାଇ: ସ୍କୁଲ୍ ଛୁଆଙ୍କ ଉପରେ ଏସୟୁଭି ଚଢ଼ାଇ ଦେଲେ କଲେଜ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁର ତିରୁପାଥୁର ଜିଲ୍ଲାରେ । ୩ ଜଣ ଛୁଆ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । କାର ଚାଳକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି ।

ରାଜପଥର ସର୍ଭିସ ରୋଡରେ ୩ ଜଣ ସ୍କୁଲ୍ ଛୁଆ ସାଇକେଲରେ ଯାଉଥିବା ବେଳେ ସେମାନଙ୍କୁ କାର ଧକ୍କା ଦେଇଥିଲା । ରାଫିକ୍, ଭିଜୟ ଓ ସୂର୍ଯ୍ୟ ୩ ଜଣ ଯାକର ମୃତ୍ୟୁ ହୋଇଛି । କାର ଚଳାଉଥିବା ଚାଳକ ଜଣଙ୍କ ଜଣେ କଲେଜ ଛାତ୍ର । ୟେଲଗିରିରୁ କାର ନେଇ ସାଙ୍ଗମାନଙ୍କ ସହ ଫେରୁଥିଲେ ।

ରାସ୍ତାରେ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଛୁଆ ମାନଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଦୁଃଖ ପ୍ରକାଶ କରିବା ସହ ମୃତ ଛାତ୍ରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

Leave A Reply

Your email address will not be published.