Latest Odisha News

BREAKING NEWS

ଖଲ୍ଲିକୋଟ ପରେ ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପରେ ଅଶାନ୍ତ ହୋଇପଡିଛି ପୋଲସରା । ପୋଲସରାରେ ଦେଖାଦେଇଛି ରାଜନୈତିକ ହିଂସା । ପୋଲସରାର ତୋଟା ସାହିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଗଣେଶ ଖଟେଇ ।

ଗଣେଶଙ୍କୁ ପଛପଟୁ ଗୁଳିମାଡ ହୋଇଛି । ତାଙ୍କୁ ପ୍ରଥମେ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଖଲ୍ଲିକୋଟ ହିଂସାକାଣ୍ଡକୁ କେଇ ଘଣ୍ଟା ବିତି ନ ଥିବାବେଳେ ପୁଣି ପୋଲସରାରୁ ଆସିଛି ଏପରି ରାଜନୈତିକ ହିଂସା କାଣ୍ଡ । ପୋଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି । ତେବେ ଏହି ପୂର୍ବଶତୃତାକୁ ଆଧାର କରି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.