Latest Odisha News

BREAKING NEWS

‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ’

ଭୁବନେଶ୍ବର: ଆଜି ଅର୍ଥାତ ଗୁରୁବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ ଭୁବନେଶ୍ବରରେ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଓଡ଼ିଶାରେ ମିଳିମିଶି ସରକାର ବଦଳାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । ‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ’ । ଏଭଳି କିଛି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ ତାଙ୍କ ପ୍ରେସମିଟରେ ।

ସେ କହିଛନ୍ତି ଓଡିଶାରେ ଏବେ ଡବଲ ଇଞ୍ଜିନ ସରକାର ଆସିବ । ଓଡିଶାରେ ଚାଲିଥିବା ମାଫିଆରାଜକୁ ବନ୍ଦ କରିବାକୁ ପଡିବ । ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ କହିଲେ କୁଲସ୍ତେ । ଏଥିପାଇଁ ଓଡିଶାବାସୀଙ୍କ  ସହଯୋଗ ଏବଂ ଆଶୀର୍ବାଦ ଆବଶ୍ୟକ । ଓଡ଼ିଶାରୁ ବିଜେଡିକୁ ହଟାଇବା ଜନସାଧାରଣଙ୍କ ଧାରଣା ପାଲିଟିଛି । ସଠିକ ଲୋକ ଚୟନ କରି ମୂଲ୍ୟବାନ୍ ମତଦାନ ଦେବାକୁ କହିଲେ ଫଗନ ସିଂ କୁଲସ୍ତେ ।

ନିର୍ବାଚନୀ ପ୍ରଚାର ପାଇଁ ଏବେ କେନ୍ଦ୍ରୀୟ ବିଜେପି ନେତାମାନଙ୍କର ଘନ ଘନ ଓଡ଼ିଶା ଗସ୍ତ । ଓଡ଼ିଶା  ଆସି ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ପ୍ରସଙ୍ଗ ନେଇଁ ବିରୋଧି ଦଳ ଉପରେ ବର୍ଷୁଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ୍ ଶାହା ଗତକାଲି ଓଡିଶା ଗସ୍ତରେ ଆସି କଟକରେ ବିଶାଳ ରୋଡ ସୋ କରିଥିଲେ । ସେହିପରି ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଭୁବନେଶ୍ବରରେ ବିଶାଳ ରୋଡ ସୋ କରି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପାଇଁ ପ୍ରଚାର କରି ଭୋଟ ଅପିଲ କରିଛନ୍ତି ।

Leave A Reply

Your email address will not be published.