Latest Odisha News

BREAKING NEWS

ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ସଭା ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ଭାଷା ଯୋଦ୍ଧା, ଓଡ଼ିଆ ସାହିତ୍ୟ, ସଂସ୍କୃତିପ୍ରେମୀ, ସମାଜସେବୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଅଭିମନ୍ୟୁ ସ୍ମୃତି ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ବର୍ଗତଃ ମାହୁନ୍ତଙ୍କ ସ୍ମୃତିରେ ଏକ ସ୍ମରଣିକା ‘ସ୍ମୃତି ଅର୍ଘ୍ୟ’ ଲୋକାର୍ପିତ ହୋଇଥିଲା ।

ଏହି ଅବସରରେ ‘ସମ୍ବାଦ’ର ସମ୍ପାଦକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ତଥା ଅଭିମନ୍ୟୁ ସ୍ମୃତି ସଂସଦର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ ସମ୍ମାନିତ ଅତିଥି ଭାବେ, ବିଶିଷ୍ଟ ବାର୍ଗୀ, ସଂସ୍କୃତି ପୁରୁଷ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡଃ କୃଷକେଶବ ଷଡ଼ଙ୍ଗୀ, ଅଭିମନ୍ୟୁ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ଖତୁ ଚରଣ ବିଶ୍ବାଳ ଯୋଗଦେଇଥିଲେ ।

ସ୍ବର୍ଗତଃ ମାହୁନ୍ତ ମାତୃଭାଷା ପ୍ରତି ସମର୍ପିତ ବ୍ୟକ୍ତିତ୍ବ ଭାବରେ ତାଙ୍କ କାର୍ଯ୍ୟଧାରା ଆଜି ବି ପ୍ରାସଙ୍ଗିକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଭିନ୍ନ ପ୍ରକାର ସମାଜସେବା ମୂଳକ କାର୍ଯ୍ୟକ୍ରମ ତାଙ୍କ ସ୍ମୃତିରେ କରାଯିବ ବୋଲି ମତ ବ୍ୟକ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଯୋଜନା ପ୍ରଦ୍ୟୁମ୍ନ ଶତପଥୀ କରିଥବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଦେବାଶିଷ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.