Latest Odisha News

BREAKING NEWS

ଚପଲ ପିନ୍ଧୁଥିଲେ ହୋଇଯାଆନ୍ତୁ ସତର୍କ ! ଅସାବଧାନତା ଯୋଗୁଁ ହୋଇପାରେ ବିପଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାଚୀନ କାଳରେ ରାଜା-ମହାରାଜା ଏବଂ ଋଷି-ମୁନୀମାନେ କଠଉକୁ ବ୍ୟବହାର କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ କଠଉ ପିନ୍ଧିବା ଦୂରେ ଥାଉ ଆସ୍ତେ ଆସ୍ତେ କଠଉର ଉପକାରୀତା ସମ୍ପର୍କରେ ଭୁଲିଗଲେଣି। ଆଜିକାଲି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ ଅନୁଯାୟୀ ଚପଲ ପିନ୍ଧିଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏହି ଫ୍ଲିପଫ୍ଲପ, ସ୍ଲିପର, ହାବାଇ ଭଳି ଚପଲ ପିନ୍ଧିଲେ ସ୍ୱାସ୍ଥ୍ୟ ହାନି ଘଟେ। ତେବେ ଆସନ୍ତୁ ଜାଣିବା ଚପଲର ଅପକାରିତା ସମ୍ପର୍କରେ।

ଅଧିକାଂଶ ଲୋକେ ଦୈନନ୍ଦିନ ଜୀବନରେ ଜୋତା-ମଜା କିମ୍ବା ଟାଇଟ୍ ବୁଟ ପିନ୍ଧି ବାହାରକୁ ଯାଆନ୍ତି। ଘରେ ଥିବା ବେଳେ ସ୍ଲିପର ବା ଫ୍ଲିପଫ୍ଲପ୍ ଚପଲ ବ୍ୟବହାର କରନ୍ତି। ଗରମ, ବର୍ଷା, କାଦୁଅରେ ଚପଲ ନିହାତି ଆବଶ୍ୟକ। ଅପରପକ୍ଷରେ ହାବାଇ ଚପଲ ପିନ୍ଧିବା ଏକ ଫ୍ୟାଶନ ମଧ୍ୟ ହେଲାଣି। ଆଜିକାଲି ବିଭିନ୍ନ କମ୍ପାନୀ ଏହି ସବୁ ହାଲୁକା ଚପଲ ବିକ୍ରି କରୁଥିବା ବେଳେ ଦିନକୁ ଦିନ ଲୋକମାନେ ଏହାକୁ ଅଧିକମାତ୍ରାରେ ବ୍ୟବହାର କରିବା ଆରମ୍ଭ କରୁଛନ୍ତି । ଏହି ଯୁଗରେ ଲୋକେ ଟ୍ରେଣ୍ଡରେ ରହିବା ପାଇଁ ନିଜ ସ୍ୱାସ୍ଥ୍ୟ କଥା ଭୁଲି ଯାଉଛନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏହି ହାଇୱା ଚପଲ ଆମ ଶରୀରରକୁ କେତେ କ୍ଷତି ପହଞ୍ଚାଉଛି !

ପ୍ରତି ଜିନିଷରେ କିଛି ଉପକାରିତା ଏବଂ ଅପକାରିତା ରହିଥିବା ବେଳେ ଆଜିକାଲି ମିଳୁଥିବା ଜିନିଷରେ ଉପକାରିତା କମ ଅପକାରିତା ଅଧିକ ରହିଛି । ଯେପରି ହାଇୱା ଚପଲ ବା ସ୍ଲିପର ପିନ୍ଧିବା ଦ୍ୱାରା ଆପଣଙ୍କ ଗୋଡରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇପାରେ। ବିଶେଷଜ୍ଞଙ୍କ ଷ୍ଟଡି ଦ୍ୱାରା ଜଣାଯାଇଛି ଯେ ଫ୍ଲିପଫ୍ଲପ୍ ଚପଲ ପିନ୍ଧିଲେ ପାଦରେ ଯନ୍ତ୍ରଣା ହୁଏ। ପ୍ରତି ମୁହୂର୍ତ୍ତରେ ଚପଲ ପିନ୍ଧିବା ଦ୍ୱାରା ପାଦର ନିମ୍ନ ଭାଗରେ ଥିବା ଶିରାପ୍ରସିରା ଦୁର୍ବଳ ହେବାକୁ ଲାଗେ।

ଯଦି ଆପଣ ଫ୍ଲିପଫ୍ଲପ୍ ପିନ୍ଧିବାକୁ ଭଲ ପାଆନ୍ତି, ତେବେ ପାଣିପାଗକୁ ଧ୍ୟାନରେ ରଖି ଚପଲ ପିନ୍ଧିବେ। ଯେପରି ଗ୍ରୀଷ୍ମ ଋତୁରେ ଖୋଲା ଚପଲ ବ୍ୟତୀତ, ନେଟ୍ ଜୋତା ମଧ୍ୟ ପିନ୍ଧିପାରିବେ। ଏହା ପାଦକୁ ଆରାମ ଦିଏ।

ହାବାଇ ଚପଲ କିଣିବା ବେଳେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ ତାହା ସିନ୍ଥେଟିକ୍ ମାଟେଲିଆଲର କି ନୁହେଁ। ଯଦି ଆପଣ ଦିନ ତମାମ ଚପଲ ପିନ୍ଧିଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ ଗୋଡ ଧୋଇ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ଖୋଲା ଚପଲ ଯୋଗୁଁ ପାଦ ଶୁଷ୍କ ହୋଇଥାଏ। ପାଦର ଆର୍ଦ୍ରତା ବଜାୟ ରଖିବା ପାଇଁ ଏହି ନିତ୍ୟକର୍ମ ଅନୁସରଣ କରନ୍ତୁ।

Leave A Reply

Your email address will not be published.