Latest Odisha News

BREAKING NEWS

ଆଜି କଟକର ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ହୀରାକୁଦ ବନ୍ୟାଜଳ

କଟକ: ମହାନଦୀର ପ୍ରଥମ ବନ୍ୟାଜଳ ଶନିବାର ସନ୍ଧ୍ୟାରେ କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିବ ।

ଗଣମାଧ୍ୟମକୁ ସୂଚନାଦେଇ ମୁଣ୍ଡଳି ବ୍ୟାରେଜ୍ କର୍ତ୍ତୃପକ୍ଷ କହିଛନ୍ତି, ହୀରାକୁଦ ଡ୍ୟାମର ୧୦ଟି ଗେଟରୁ ଶୁକ୍ରବାର ଦିନ ବନ୍ୟାଜଳ ନିଷ୍କାସିତ ହୋଇଛି ।

ସେହିପରି ଶନିବାର ଦିନ ୫ଟି ଗେଟ୍ ଖୋଲାଯିବା ପରେ ୪୮ ଘଣ୍ଟା ମଧ୍ୟରେ ଏହି ବନ୍ୟାଜଳ ସହର ଉପକଣ୍ଠରେ ପହଞ୍ଚିବ ।

“ଶନିବାର ଦିନ ଆନୁମାନିକ ୧.୫ ଲକ୍ଷ କ୍ୟୁସେକ ବନ୍ୟାଜଳ ଏଠାରେ ଶନିବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି । ଏବେ ବ୍ୟାରେଜରେ ୭୧, ୬୦୦ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେବାରେ ଲାଗିଛି । ବ୍ୟାରେଜରେ ୧୨ ଲକ୍ଷ କ୍ୟୁସେକ ଜଳ ରହିବାର କ୍ଷମତା ଥିବାରୁ ଏହା ଚିନ୍ତାଜନକ ନୁହେଁ । ” ଏହା କହିଛନ୍ତି ଜଣେ ସଂପୃକ୍ତ ଅଧିକାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶନିବାର ହୀରାକୁଦର ୫ଟି ଗେଟରୁ ଜଳ ନିଷ୍କାସିତ ହେଲେ ମଧ୍ୟ ବ୍ୟାରେଜରେ ବିପଦ ସଙ୍କେତ ଛୁଇଁବାର ସମ୍ଭାବନା ନାହିଁ ।

Comments are closed.