Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେବା ହାର ବଢ଼ୁଛି: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ତାର କାୟା ମେଲାଇବାରେ ଲାଗିଛି । ତେବେ କୋଭିଡ-୧୯ ମହାମାରୀ ସଂଗ୍ରାମ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବେଶ୍ ଭଲ ରହିଛି । ଶନିବାର ରେଭ୍. ଡକ୍ଟର୍ ଜୋସେଫ୍ ଟୋମା ମେଟ୍ରୋପଲିଟାନ୍‌ଙ୍କ ୯୦ତମ ଜୟନ୍ତୀ ଅବସରରେ ଉଦ୍‌ଘାଟନୀ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଭର୍ଚ୍ୟୁଆଲ୍ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଶ୍ୱିକ ମହାମାରୀ ବିପକ୍ଷରେ ବିଶ୍ୱ ଟାଣୁଆ ସଂଗ୍ରାମ କରୁଛି। କୋଭିଡ୍-୧୯ କେବଳ ଶାରୀରିକ ଅସୁସ୍ଥତା ନୁହେଁ; ଜନସାଧାରଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ, କିନ୍ତୁ ଏହା ମଧ୍ୟ ଆମ ଅସ୍ୱସ୍ତିକର ଜୀବନଯାପନ ଶୈଳୀରୁ ଆମ ଧ୍ୟାନ ହଟାଇ ନେଉଛି।

ମୋଦୀ ଆହୁରି ମଧ୍ୟ କହିଛନ୍ତି‌ ଯେ, ଏ ବର୍ଷ ପ୍ରାରମ୍ଭରେ କେତେକ ଲୋକ ଭବିଷ୍ୟବାଣୀ କରିଥିଲେ ଯେ, ଭାରତରେ ଭୂତାଣୁର ପ୍ରଭାବ ଖୁବ୍ ସାଙ୍ଘାତିକ ହେବ। ଭାରତରେ ସଂକ୍ରମଣ ବଢ଼ିଛି ସତ କିନ୍ତୁ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.