Latest Odisha News

BREAKING NEWS

ବନ୍ଦେ ଭାରତ ଟ୍ରେନ ଚଳାଇଲେ ଏସିଆର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର

ମୁମ୍ବାଇ: ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ବନ୍ଦେ ଭାରତ ଏକ୍ସପ୍ରେସକୁ ସୋଲାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଚଳାଇଛନ୍ତି । ଆଉ ଏଥିପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସର ପ୍ଲାଟଫର୍ମ ନମ୍ବର ୮ରେ ସୁରେଖା ଯାଦବଙ୍କୁ ଭରପୁର ସ୍ୱାଗତ କରାଯାଇଥିଲା। ସୁରେଖା ଯାଦବ କହିଛନ୍ତି ଯେ ନୂତନ ଯୁଗର ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ସୁଯୋଗ ଦେଇଥିବାରୁ ଅଶେଷ ଧନ୍ୟବାଦ । ଟ୍ରେନ୍ ଠିକ ସମୟରେ ସୋଲାପୁରରୁ ବାହାରି ମୁମ୍ବାଇରେ ୫ ମିନିଟ ଆଗରୁ ପହଞ୍ଚିଥିଲା । ଆଉ ସୁରେଖାଙ୍କୁ ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ମହାରାଷ୍ଟ୍ରର ସତାରାରେ ରହୁଥିବା ସୁରେଖା ଯାଦବ ୧୯୮୯ରେ ସହକାରୀ ଡ୍ରାଇଭର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ।

ଏହାପରେ ସେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ହୋଇଥିଲେ ଏବଂ ଏହି ସଫଳତା ପାଇଁ ତାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ସହକାରୀ ଡ୍ରାଇଭର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୯୬ରେ ମାଲବାହୀ ଟ୍ରେନ୍ ଚଳାଇବାକୁ ସୁଯୋଗ ମିଳିଥିଲା । ଏହା ପରେ ସେ ଅନେକ ଟ୍ରେନ୍ ଚଳାଇଥିଲେ | ରେଳବାଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଦେଶରେ ପ୍ରାୟ ୧୫୦୦ ମହିଳା ଲୋକୋମୋଟିଭ ପାଇଲଟ ଅଛନ୍ତି।

Leave A Reply

Your email address will not be published.