Latest Odisha News

BREAKING NEWS

ପାକିସ୍ତାନରେ ଜନଗଣନାକାରୀ ଟିମ ଉପରେ ଆତଙ୍କୀ ଆକ୍ରମଣ: ୨ ପୋଲିସ କର୍ମଚାରୀ ମୃତ

ଇସଲାମବାଦ:ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ । ଜନଗଣନା କରୁଥିବା ଏକ ଟିମ ଉପରେ ଅଚାନକ ଆତଙ୍କୀ ଆକ୍ରମଣ ଯୋଗୁ ୨ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆତଙ୍କୀମାନେ ଦୁଇ ଭିନ୍ନ ଭିନ୍ନ ଜିଲ୍ଲାରେ କାମ କରୁଥିବା ଜନଗଣନା ଟିମକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଏହି ଟିମ ଖାଇବର ପଖତୁନଖ୍ୱାବର ଟ୍ୟାଙ୍କ ଏବଂ ଲକ୍କି ମରବତ ଜିଲ୍ଲାରେ ଜନଗଣନା କରୁଥିଲେ ।

ପ୍ରଥମ ଘଟଣା ଟ୍ୟାଙ୍କ ଜିଲ୍ଲାର କୋର୍ଟ ପରିସରରେ ହୋଇଥିଲା ।ଜନଗଣନା କର୍ମୀଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କ ଭ୍ୟାନକୁ ଟାର୍ଗେଟ କରିଥିଲେ । ଆତଙ୍କୀମାନେ ଅତିର୍କିତ ଗୁଳିଚ ଚାଳନା କରିଥିଲେ । ଘଟଣାସ୍ଥଳରେ ଜଣେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଥିଲା । ସେଠାରେ ମୁ୍ତୟନ ଥିବା ୫ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ପକ୍ଷରୁ ପାଲଟା ଜବାବ ଦିଆ ଯାଇଥିଲା । କିନ୍ତୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।ପୋଲିସ ଉକ୍ତ ଇଲାକାକୁ ଘେରାବନ୍ଦୀ କରି ଯାଞ୍ଚ କରୁଛି ।

ଅନ୍ୟ ଏକ ଆକ୍ରମଣ ଲକ୍କି ମରବତର ପରବାଲା ଗାଁରେ ହୋଇଥିଲା । ଆତଙ୍କୀମାନେ ଜନଗଣନା କରୁଥିବା କନଷ୍ଟେବଲଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ୪ ଜଣ ପୋଲିସ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତହରିକ-ଏ-ତାଲିବାନ (ଟିଟିପି) ନିଜକୁ ଦାୟୀ କରିଛି ।

ସୂଚନାଥାଉ କି, ପାକିସ୍ତାନରେ ଦିନକୁ ଦିନ ଆତଙ୍କୀ ଆକ୍ରମଣ ବଢିବାରେ ଲାଗିଛି । ୨୦୧୮ ଜୁୂଲାଇ ପରେ ସବୁଠାରୁ ବିପଜନ୍ନକ ମାସ ଥିଲା ୨୦୨୩ ଜାନୁୂଆରୀ ।ଗତ ଜାନୁଆରୀ ମାସରେ ଆତଙ୍କୀ ଆକ୍ରମଣରେ ୧୩୬ ଜଣଙ୍କ ଜୀବନ ଯାଇଛି । ଦେଶରେ ଆତଙ୍କୀ ଆକ୍ରମଣ ୧୩୯ ପ୍ରତିଶତ ବୃଦ୍ଧି ପାଇଛି ।

Leave A Reply

Your email address will not be published.