Latest Odisha News

ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ତଥା କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଓଟିଡିସିର ଅଧ୍ୟକ୍ଷ ଲେଲିନ୍ ମହାନ୍ତି, ବିଶିଷ୍ଟ ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ., ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍, ଆମେରିକାର ଓଡ଼ିଶୀ ପ୍ରମୋଟର ପ୍ରତାପ ଦାସ, ପ୍ରମୁଖ ଯୋଗ ଦେଇଥିଲେ ।

ଚୌଦ୍ୱାରର ଘୋଡ଼ାନାଚ, ରୂପଶ୍ରୀ ମହାପାତ୍ର ଏବଂ ତାଙ୍କ ଦଳ ଦ୍ୱାରା ମାହାରୀ ନୃତ୍ୟ, ପ୍ରୀତିଶା ମହାପାତ୍ର ଏବଂ ତପସ୍ୟା ରାୟଙ୍କ ଓଡ଼ିଶୀ ନୃତ୍ୟ,ବାରିପଦା ମୟୂରଭଞ୍ଜର ପ୍ରୋଜେକ୍ଟ ଛାଉଣିର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଛଉ ନୃତ୍ୟ ସହ ଏହି ସମାରୋହ ସମାପନ ହୋଇଥିଲା ।

Leave A Reply

Your email address will not be published.