Latest Odisha News

ରେଳ ଧାରଣାରେ ୫୦% ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା

ଭୁବନେଶ୍ୱର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ଅନଧିକାର ଅନୁପ୍ରବେଶ ହେଉଛି ମୁଖ୍ୟ । ଫଳରେ ଜୀବନ ହାନୀ ସହ ଗୁରୁତର ଆହତ ଘଟୁଛି । ଏହା ବ୍ୟତୀତ ଅନେକ ମୃତ୍ୟୁ ମାମଲା ରୁଜୁ ହୋଇଛି ।

ପୂର୍ବ ତଟ ରେଳପଥ ମଧ୍ୟରେ ଏହି ଅଘଟଣ ସମ୍ବନ୍ଧରେ ଅତି ସମ୍ବେଦନ ଅଞ୍ଚଳ ଭାବେ ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ୍, ବ୍ରହ୍ମପୁର ଅଞ୍ଚଳକୁ ଚିହ୍ନିତ କରାଯାଇଛି । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ୍ଡି ଭିଜନ ଅନ୍ତର୍ଗତ ଜଗନ୍ନାଥପୁର ଏବଂ ବ୍ରହ୍ମପୁର, ବ୍ରହ୍ମପୁର ଏବଂ ଗୋଳନ୍ଥରା, ରେତଙ୍ଗ ଏବଂ ଭୁବନେଶ୍ୱର, ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର, ଯାଜପୁର କେନ୍ଦୁଝର ରୋଡ୍ୟା ର୍ଡ ଏବଂ ମଞ୍ଚେଶ୍ୱର ୟାର୍ଡ ମଧ୍ୟରେ ଅନେକ ଅଘଟଣ ଘଟୁଛି । ଏହାକୁ ଅତି ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି ।

ୱାଲଟିୟର ରେଳ ମଣ୍ଡଳ ଅନ୍ତର୍ଗତ ବିଶାଖାପାଟନମ୍, ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ମାରିପାଲେମ ନିକଟବର୍ତ୍ତୀ ଅଞ୍ଚଳଗୁଡିକ ସହିତ ବିଶାଖାପାଟନମ୍ ଏବଂ ଗୋପାଳପାଟନମ୍, ବିଜୟନଗରମ୍ ଏବଂ କୋରୁକୋଣ୍ଡା, ଦୁସି ଏବଂ ଶ୍ରୀକାକୁଲମ୍ ଏବଂ ସିମାଞ୍ଚଳମ ଏବଂ ଗୋପାଳପାଟନମ୍ ମଧ୍ୟରେ ଘଟୁଥିବା ଅଞ୍ଚଳ ଗୁଡିକୁ ଅତି ପ୍ରଭାବିତ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ସମ୍ବଲପୁର, ଟିଟିଲାଗଡ଼ ଏବଂ ବାଲାଙ୍ଗିର ଷ୍ଟେସନ ଅଞ୍ଚଳ ସହିତ ଦେଓଗାଓଁ ରୋଡ୍ଏ ବଂ ସଇଁତଳା, ସମ୍ବଲପୁର ଓ ହୀରାକୁଦ ଏବଂ ବଲାଙ୍ଗିର ଓ ଲୋଇସିଙ୍ଗା ଷ୍ଟେସନ ମଧ୍ୟରେ ଘଟୁଥିବା ଅଞ୍ଚଳକୁ ଅତି ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି ।

ସୀମା ପ୍ରାଚୀର ବ୍ୟବସ୍ଥା

ଏହାକୁ କମ୍ କରିବା ପାଇଁ ପୂର୍ବ ତଟ ରେଳବାଇ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପ୍ରାଚୀର ନିର୍ମାଣ କରିବା କିମ୍ବା ଟ୍ରେଞ୍ଚ ନିର୍ମାଣ କରିବାକୁ ଯୋଜନା କରିଛି । ଏଠି ମଧ୍ୟରେ ଭୁବନେଶ୍ୱର-ମଞ୍ଚେଶ୍ୱର, ବ୍ରହ୍ମପୁର-ଜଗନ୍ନାଥପୁର, ଯାଜପୁର କେନ୍ଦୁଝର ରୋଡ୍ ୟାର୍ଡ, ଗୋପାଳପାଟନମ୍-ବିଶାଖାପାଟନମ୍ ଏବଂ ସିମାଞ୍ଚଳମ ଉତ୍ତର-ଗୋପାଳପାଟନାମ୍ ମଧ୍ୟରେ ସମ୍ବେଦନଶୀଳ ସ୍ଥାନ ନିକଟରେ ଫେନସିଂ କାର୍ଯ୍ୟ ମଧ୍ୟ ଯୋଜନା କରୁଛି । ଉର୍ଲାମ, ତିଲାରୁ-ଉର୍ଲାମ, ବିଜୟନଗରାମ-ନେଲିମରଲା, ବିଜୟନଗରାମ-କୋରୁକୋଣ୍ଡା, ଚିପୁରୁପାଲ୍ଲୀ ଏବଂ ସମ୍ବଲପୁର-ସମ୍ବଲପୁର ରୋଡ୍ ଷ୍ଟେସନ ମଧ୍ୟରେ ଅନୁରୂପ ବ୍ୟବସ୍ଥା କରାଯିବ ।

ଅବ୍ୟବହୃତ କଂକ୍ରିଟ୍ ସ୍ଲିପର ଲଗାଇ ରେଳ ଧାରଣାକୁ ପ୍ରବେଶ କରାଯାଉଥିବା ରାସ୍ତା ଅବରୋଧ ପାଇଁ ସୀମା ପ୍ରାଚୀର/ଫେନସିଂ ନିର୍ମାଣ କିମ୍ବା ଗଭୀର ଟ୍ରେଞ୍ଚ ନିର୍ମାଣ କରାଯିବା । ଭଦ୍ରକ ଅଞ୍ଚଳରେ ରଣିତାଲ ଏବଂ ବାଉଦପୁର, ବିଜୟନଗରମ ଏବଂ ଗୋଟଲାମ ଷ୍ଟେସନ ମଧ୍ୟରେ, ବବିଲି ଷ୍ଟେସନ ଏବଂ ପାର୍ବତୀପୁରମ୍ ଷ୍ଟେସନ ଅଞ୍ଚଳରେ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଏଥିପାଇଁ ନିର୍ମାଣ କାର୍ଯ୍ୟ ସ୍ୱୀକୃତି ଦିଆଯାଇଛି । ଏହା ବ୍ୟତୀତ ଭୁବନେଶ୍ୱର ଏବଂ ରେତଙ୍ଗ, ବିଜୟନଗରମ ଏବଂ ନେଲିମରଲା, ଗୋପାଲପାଟନମ୍ ଓ ବିଶାଖାପାଟନମ୍ ଓ କୋଟାଭାଲାସା ଏବଂ ପେଣ୍ଡୁର୍ତି ଷ୍ଟେସନ୍ ମଧ୍ୟରେ ଥିବା ଅସୁରକ୍ଷିତ ସ୍ଥାନରେ ସମାନ କାର୍ଯ୍ୟ ପାଇଁ ନୂତନ ପ୍ରସ୍ତାବ ଦିଆଯାଇଛି ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରାୟ ୧୧୦ ନୂତନ ଅସୁରକ୍ଷିତ ସ୍ଥାନ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ, ରେଳଧାରଣକୁ ଅନଧିକୃତ ଭାବେ ଯାତାୟାତ କରାଯାଉଥିବା ମାର୍ଗ କିମ୍ବା ପଶୁ, ପଥଚାରୀ ଏବଂ ବାଇକ୍ ଚାଳକଙ୍କ ଅନଧିକୃତ ଚଳପ୍ରଚଳ ବନ୍ଦ କରିବା ପାଇଁ ସମାନ୍ତରାଳ ଭାବେ ପ୍ରଶସ୍ତ ଟ୍ରେଞ୍ଚ ନିର୍ମାଣ କରାଯିବ । ୨ ଚକିଆ ଯାନକୁ କ୍ରସିଂ ମଧ୍ୟକୁ ପ୍ରବେଶ ଅଟକାଇବା ପାଇଁ ରେଳ ସ୍ଲିପର ଦ୍ୱାରା ବ୍ୟାରିକେଡ୍ ଏବଂ ରେଳ ପୋଷ୍ଟ ନିର୍ମାଣ କରାଯିବ ପାଇଁ ଯୋଜନା କରାଯାଉଛି ।

ଅନାଧିକୃତ ଅପରାଧ ଉପରେ ସିସିଟିଭି ମାଧ୍ୟମରେ ନୀରିକ୍ଷଣ କରାଯିବ, ଯଦି ସମ୍ଭବ ନିରକାରପୁର ଠାରେ, ତିଲାରୁ ଏବଂ ଉର୍ଲାମ, ଦେଓଗାଁ ରୋଡ୍-ସଇଁଥଲା ଏବଂ ବଲାଙ୍ଗିର ଏବଂ ଲୋଇସିଙ୍ଗା ଷ୍ଟେସନ୍ ମଧ୍ୟରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବ । ରେଲୱେ ଟ୍ରାକରେ ଅନଧିକୃତ ଜାତାୟାତକୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଅଧୀନରେ ଥିବା କେତେକ ସ୍ଥାନରେ ପଥ ପଥରେ ବାଧା ସୃଷ୍ଟି କରିବା ପାଇଁ ଟ୍ରାକ୍ କରିବା ପାଇଁ ରେଳ ପୋଷ୍ଟ ଏବଂ ସମାନ୍ତରାଳ ଭାବେ ଗଭୀର ଟ୍ରାଞ୍ଚିଂ କରି କ୍ରସିଂ ବନ୍ଦ କରିଦେଇଛି । ଅନଧିକୃତ ଅପରାଧକୁ ରୋକିବା ପାଇଁ କେତେକ ସ୍ଥାନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ରାସ୍ତା ନିର୍ମାଣ କରାଯିବ ଏବଂ ରାଜ୍ୟ ସରକାରଙ୍କଠାରୁ ଏଥିପାଇଁ ସମ୍ମତି ଗ୍ରହଣ କରାଯାଇଛି ।

ଅନଧିକୃତ ପ୍ରବେଶ ବିରୋଧରେ କାର୍ଯ୍ୟ

ଅନଧିକୃତ ପ୍ରବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହାର ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷ୍ଣ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଅନଧିକୃତ କ୍ରସିଂ ପାଇଁ ଜରିମାନା ଆଦାୟ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ।

ଟ୍ରେନରୁ ଖସିପଡିବା ଘଟଣା

ଯାତ୍ରା ସମୟରେ ଟ୍ରେନରୁ ଖସିପଡ଼ିବା ଅଘଟଣର ମୃତ୍ୟୁ ପାଇଁ ଦ୍ୱିତୀୟ ମୁଖ୍ୟ ଘଟଣା । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍ ଗୁଡ଼ିକ ମାନଙ୍କରେ ସୁରକ୍ଷା କର୍ମୀ ନିୟୋଜିତ କରିବା କିମ୍ବା ଟ୍ରେନ୍ ମାନଙ୍କରେ ଯାତ୍ରୀ ପରିଚାଳନା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଥିଛି । ଟ୍ରେନ୍ ଗୁଡ଼ିକର ଅତ୍ୟଧିକ ଜନଗହଳିପୂର୍ଣ୍ଣ କୋଚ୍ ବିଶେଷ ଭାବରେ ଜେନେରାଲ୍ ଏବଂ ସ୍ଲିପର୍ କ୍ଲାସ୍ କୋଚ୍ ମାନଙ୍କ ଉପରେ କଡ଼ା ନଜର ରଖି ଯାତ୍ରୀ ପରିଚାଳନା ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବ ।

ଏହା ବ୍ୟତୀତ ନିୟମିତ ଘୋଷଣା ସହିତ ପ୍ରମୁଖ ଷ୍ଟେସନରେ ଯାତ୍ରୀମାନଙ୍କ ପ୍ରବେଶ ଉପରେ ନଜର ରଖାଯିବ । ଯାତ୍ରୀମାନଙ୍କୁ ଫୁଟ୍ବୋ ର୍ଡ ଯାତ୍ରାରୁ ଦୂରେଇ ରହିବାକୁ ସଚେତନ କରାଯିବ ସହିତ ଚଳନ୍ତା ଟ୍ରେନରେ ଚଢିବା କିମ୍ବା ଓହ୍ଲାଇବା ସମ୍ବନ୍ଧରେ ନିବୃତ୍ତ ରହିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯିବ ।

ପୂର୍ବ ତଟ ରେଳପଥ ଦ୍ୱାରା ହାତକୁ ନିଆଯାଇଥିବା ଅନେକ ପଦକ୍ଷେପକୁ ବିଶ୍ଲେଷଣ କଲାପରେ ଜଣାପଡ଼ିଛି- ୨୦୧୮ ମସିହା ଠାରୁ ୨୦୧୯ ମସିହାରେ ଟ୍ରାକରେ ମୃତ୍ୟୁ ୨.୮ ପ୍ରତିଶତ ହ୍ରାସ ଘଟିଛି । ସେହିପରି ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ରେଳ ଧାରଣା ଉପରେ ଜୀବନ ହାନି ଘଟଣା ୨୦୧୯ ତୁଳନାରେ ୨୦୨୦ ମସିହାରେ ପ୍ରାୟ ୪୦ ହ୍ରାସ ପାଇଛି ।

ସତର୍କତା ଓ ସଚେତନତା କାର୍ଯ୍ୟକ୍ରମ

ପୂର୍ବ ତଟ ରେଳବାଇର ଆରପିଏଫ୍ ଏବଂ ସେଫ୍ଟି ବିଭାଗ ଦ୍ୱାରା ବିଭିନ୍ନ ସତର୍କତା କାର୍ଯ୍ୟକ୍ରମ ଯଥା ଲିଫଲେଟ୍ ବଣ୍ଟନ, ମାର୍କେଟ ସ୍ଥାନ ଏବଂ ଗ୍ରାମ ମେଳା ମାନଙ୍କରେ ପୋଷ୍ଟର, ବ୍ୟାନର ଲଗାଇ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ପଥପ୍ରାନ୍ତ ନାଟକ ଆୟୋଜନ କରାଯିବ । ବିଭିନ୍ନ ଖବରକାଗଜ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ସହ ବିଜ୍ଞପ୍ତି ପ୍ରକାଶ କରାଇବା କାର୍ଯ୍ୟକ୍ରମ ନିରନ୍ତର କରାଯାଉଛି ।

Leave A Reply

Your email address will not be published.