Latest Odisha News

BREAKING NEWS

ଓମିକ୍ରନ ଭାରିଆଣ୍ଟର ଫଟୋ ପ୍ରକାଶ, ଡେଲଟା ଭାରିଆଣ୍ଟ ଠାରୁ ଅଧିକ ଭୟଙ୍କର

ନୂଆଦିଲ୍ଲୀ : ଓମିକ୍ରନ ଭାରିଆଣ୍ଟକୁ ନେଇ ବଢ଼ିଲା ଚିନ୍ତା । ଲୋକଙ୍କ ମନରେ ଏହି ନୂଆ ଭାରିଆଣ୍ଟକୁ ନେଇ ଭୟ ଦେଖା ଦେଇଥିବା ବେଳେ, ଏବେ ଏହି ଭାରିଆଣ୍ଟର ପ୍ରକାଶ ପାଇଛି ଫଟୋ । ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ଭୟଙ୍କର ବୋଲି ଜଣାପଡିଛି । ସେପଟେ ବର୍ତ୍ତମାନର ଟିକା ଓମିକ୍ରନକୁ ଆଂଶିକ ଭାବେ ନିୟନ୍ତ୍ରଣ କରିପାରିବ ବୋଲି କହିଛନ୍ତି ଆଇସିଏମଆରର ପୂର୍ବତନ ବୈଜ୍ଞାନିକ ଡାକ୍ତର ରମଣ ଗଙ୍ଗାଖେଦକର ।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବ୍ୟବହୃତ ହୋଇଥିବା ଟିକା ଏହି ଶକ୍ତିଶାଳୀ ଭାରିଆଣ୍ଟକୁ ସମ୍ପୂର୍ଣ୍ଣ ଚେକ୍ ଦେବା ଲାଗି ସମ୍ଭବ ହେବ ନାହିଁ । ବରଂ ଆଂଶିକ ଭାବେ ମୁକାବିଲା କରିବାକୁ ସକ୍ଷମ ହେବ । ସେପଟେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ଭାରତୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ରରେ ଭୟଭୀତ ହେଲେଣି ଲୋକେ । ସଂପୃକ୍ତ ଯୁବକଙ୍କର ନମୁନା ଜିନୋମ ସିକ୍ୟୁଏନ୍ସିଂ ଲାଗି ପଠାଯାଇଛି । ତେବେ ସେ ଓମିକ୍ରନ ନା ଅନ୍ୟ କୌଣସି ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତାଙ୍କୁ ବର୍ତ୍ତମାନ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି ।

Leave A Reply

Your email address will not be published.