Latest Odisha News

ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ ନେଇ ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କଲେ ଦ୍ରାବିଡ

କାନପୁର: ଭାରତୀୟ କ୍ରିକେଟ ଦଳର କୋଚ ରାହୁଲ ଦ୍ରାବିଡ ଜଣେ ଭଲ ବ୍ୟକ୍ତି ଏବଂ ଖେଳାଳି ବୋଲି ପୁନର୍ବାର ପ୍ରମାଣିତ କରିଛନ୍ତି । କାନପୁରରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ କରିଥିବା ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କରିଛନ୍ତି ଦ୍ରାବିଡ । ସେ ୩୫,୦୦୦ ଟଙ୍କା ମଧ୍ୟ ଏ ବାବଦକୁ ପ୍ରଦାନ କରିଛନ୍ତି । ସମସ୍ତ ୫ ଦିନଯାକ ପିଚ ଜୀବନ୍ତ ରହିଥିବାରୁ ସେ ଏହି ପୁରସ୍କାର ଦେଇଛନ୍ତି ।

ଭାରତରେ ଅଧିକାଂଶ ଟେଷ୍ଟ ପିଚ ୫ମ ଦିନକୁ ନିମ୍ନମାନର ହୋଇ ଯାଇଥାଏ । ଏଥର କିନ୍ତୁ ସେ ଭଳି କିଛି ଦେଖିବାକୁ ମିଳି ନ ଥିଲା । ଏହି ଟେଷ୍ଟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଶେଷ ଦିନରେ ଭଲ ପ୍ରଦର୍ଶନ କରିବାରୁ ମ୍ୟାଚ ଡ୍ର ରହିଥିଲା ।

Leave A Reply

Your email address will not be published.