Latest Odisha News

BREAKING NEWS

ଦୀର୍ଘ ୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ।

ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ଭକ୍ତଙ୍କୁ ଦର୍ଶନ ଦେବେ।

ସୂଚନା ଅନୁଯାୟୀ ଏ ବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ନାଗାର୍ଜୁନ ବେଶ ଲାଗି ସାଜ, ସରଞ୍ଜାମ ଆଦି ସନ୍ତରା ପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହୋଇଥାଏ।

୨୫ ବର୍ଷ ଅନ୍ତରରେ ଏ ବେଶ ପଡୁଥିବାରୁ ଏହାକୁ ନେଇ ବେଶ୍ ଉତ୍ସାହୀ ଓ ଭାବବିହ୍ୱଳ ହୋଇପଡ଼ିଛନ୍ତି ବେଶ ଶିଳ୍ପୀ। ସେହିପରି ଠାକୁରଙ୍କ ଏ ବିରଳ ବେଶ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ଥିବାରୁ ସରକାର କିଛି ବ୍ୟବସ୍ଥା କରିବା ଆଶାରେ ଅଛନ୍ତି ଭକ୍ତ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୧୯୯୪ ମସିହାରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶ।

Leave A Reply

Your email address will not be published.