Latest Odisha News

୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଅଭିନେତ୍ରୀ ମନ୍ଦିରା ବେଦୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି। ବାସ୍ତବରେ ମନ୍ଦିରା ବେଦୀ ଏବଂ ତାଙ୍କ ସ୍ୱାମୀ ରାଜ କୌଶଲ ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ଶିଶୁଟିର ନାଁ ତାରା ବେଦୀ ରଖାଯାଇଛି। ମନ୍ଦିରା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

ମନ୍ଦିରା ପ୍ରଶଂସକଙ୍କ ସହ ଏକ ଫ୍ୟାମିଲି ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ସ୍ୱାମୀ ରାଜ୍, ପୁଅ ବୀର୍‌ ଏବଂ ଝିଅ ତାରାଙ୍କୁ ଦେଖିବାକୁ ମିଳିଛି। ମନ୍ଦିରା କହିଛନ୍ତି ଯେ ୨୮ ଜୁଲାଇ ୨୦୨୦ ରେ ତାରା ତାଙ୍କ ପରିବାରର ଅଂଶ ହୋଇଥିଲେ।
ଝିଅର ତାରାର ପରିଚୟ ଦେବାବେଳେ ମନ୍ଦିରା ଏହି ପୋଷ୍ଟରେ ଲେଖିଛନ୍ତି, ‘ତାରା ଆମ ସମସ୍ତଙ୍କ ପାଇଁ ଆଶୀର୍ବାଦ ଭାବରେ ଆସିଛି। ଆମ କୁନି ପରୀ ତାରା। ବୀର ନିଜ ଭଉଣୀକୁ ଘରେ ଖୋଲା ହୃଦୟ ଏବଂ ଅତି ପ୍ରେମ ଏବଂ ସ୍ନେହର ସହିତ ସ୍ୱାଗତ କରିଥିଲେ। ଯେ ୨୮ ଜୁଲାଇ ୨୦୨୦ ରେ ତାରା ଏହି ପରିବାରର ଏକ ପ୍ରମୁଖ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି।

Leave A Reply

Your email address will not be published.