ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନ ୧୦୦ ପଦକ ସମ୍ଭାବନା ସୃଷ୍ଟି କରିଛି । ମଙ୍ଗଳବାର ଭାରତର ଅନ୍ନୁ ରାନୀ ନିଜ ନାମ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ୭୨ ବର୍ଷ ଇତିହାସରେ ପ୍ରଥମ ମହିଳା ଭାବେ ସେ ଭାରତ ପକ୍ଷରୁ ଜାଭେଲିନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୬୨.୨୯ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ଶ୍ରୀଲଙ୍କାର ନଦୀଶା ଦିଲହାନ ରୌପ୍ୟ ଓ ଚୀନର ହୁଇହୁଇ ଲ୍ୟୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅନ୍ନୁ ପ୍ରଥମ ପ୍ରୟାସରେ ୫୬.୯୯, ଦ୍ୱିତୀୟରେ ୬୧.୨୮, ତୃତୀୟରେ ୫୯.୨୪, ୪ର୍ଥରେ ୬୨.୯୨ ମିଟର ଓ ୫ମ ଥ୍ରୋ ୫୭.୬୬ ଓ ଶେଷ ପ୍ରୟାସ ଫାଉଲ ହୋଇଥିଲା ।
ଏସିଆଡରେ ମହିଳା ଜାଭେଲିନରେ ଭାରତର ଏହା ଓଭରାଲ ୫ମ ପଦକ । ୧୯୫୧ରେ ବାରବରା ୱେବଷ୍ଟର ବ୍ରୋଞ୍ଜ, ୧୯୫୮ରେ ଏଲିଜାବେଥ ଡେଭନପୋର୍ଟ ରୌପ୍ୟ ଓ ୬୨ରେ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୯୮ରେ ଗୁରମୀତ କୌର ବ୍ରୋଞ୍ଜ, ୨୦୧୪ରେ ଅନ୍ନୁରାନୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
Comments are closed.