Latest Odisha News

BREAKING NEWS

ଦୁଇ ଦିନରେ ୨ ପଦକ ଜିତିଲେ ପାରୂଲ

ହୋଙ୍ଗଝାଉ: ଏସିଆନ ଗେମ୍ସରେ ଭାରତର ମହିଳା ଆଥଲେଟ ପାରୂଲ ଚୌଧୁରୀ ମଙ୍ଗଳବାର ୫୦୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨ ଦିନରେ ୨ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ସୋମବାର ୩୦୦୦ ମିଟର ଷ୍ଟିପେଲଚେଜରେ ରୌପ୍ୟ ପଦକ ଜିତିଥିଲେ । ୫୦୦୦ ମିଟର ଫାଇନାଲରେ ପାରୂଲ ୧୫:୧୪.୭୫ ମିନିଟର ସମୟ ନେଇ ରେସ ସମ୍ପୂର୍ଣ୍ଣ କରିଥିଲେ । ୪୦୦୦ ମିଟର ପର୍ଯ୍ୟନ୍ତ ସେ ୫ମ ଏବଂ ଷଷ୍ଠ ସ୍ଥାନରେ ରହିଥିଲେ । ଶେଷ ହଜାର ମିଟରରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ୨୦୦ ମିଟର ବେଳକୁ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଶେଷ ୩୦ ମିଟରରେ ଜାପାନର ରିରିକା ହିରାନାକାଙ୍କୁ ପଛରେ ପକାଇ ଇତିହାସ ରଚିଥିଲେ ।

BjdElectrycity

କାଜକସ୍ତାନର ଚେପକୋଏଚ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଉତର ପ୍ରଦେଶ ମୀରଟରେ ରହୁଥିବା ପାରୂଲଙ୍କ ବାପା ଚାଷ କାର୍ଯ୍ୟ କରି ପେଟ ପୋଷନ୍ତି । ପାରୂଲଙ୍କ ବଡ ଭଉଣୀ ପ୍ରୀତି ସ୍ପୋର୍ଟ୍ସ କୋଟାରେ ସରକାରୀ ଚାକିରୀ କରୁଛନ୍ତି । ଆରମ୍ଭରୁ ପ୍ରୀତି ଓ ପାରୂଲ ରାଜ୍ୟସ୍ତରୀୟ ମୁକାବିଲାରେ ଭଲ ପ୍ରଦର୍ଶନ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବାରୁ ପାରୁଲଙ୍କୁ ୫୦୦୦ ମିଟରରେ ଅଂଶଗ୍ରହଣ କରିବା ପାଇଁ ପରିବାର ଲୋକ କହିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି ।

Leave A Reply

Your email address will not be published.