Latest Odisha News

ଚିକିତ୍ସା ବିଜ୍ଞାନର ବଡ଼ ସଫଳତା, ଔଷଧ ଖାଇ କ୍ୟାନସର ମୁକ୍ତ ହେଲା ମଣିଷ !

ନୂଆଦିଲ୍ଲୀ: କର୍କଟ ରୋଗ ବା କ୍ୟାନସର ଏକ ଏମିତି ରୋଗ ଯାହା ନାଁ ଶୁଣିଲେ ପ୍ରାୟତଃ ଅଧିକାଂଶଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ। ଯେଉଁ ଆକ୍ରାନ୍ତ ବ୍ୟୟବହୁଳ ଚିକିତ୍ସା ନେଇଥିବେ ତାହାଲେ ହୁଏତ ସିଏ ଆଉ କିଛି ଦିନ ଅଧିକ ବଞ୍ଚିଯିବାର ସମ୍ବାବନା ଥାଏ। ତେଣୁ ଏହି ରୋଗକୁ ମାରାତ୍ମକ ଶ୍ରେଣୀରେ ରଖାଯାଏ। କିନ୍ତୁ ଏବେ ଏହି ମାରାତ୍ମକ ରୋଗରୁ ମିଳିପାରିବ ମୁକ୍ତି। ନିକଟରେ ହୋଇଥିବା ଏକ ଟ୍ରାଏଲରେ କ୍ୟାନସର ଆକ୍ରାନ୍ତଙ୍କ ଉପରେ ଏକ ଔଷଧ ପ୍ରୟୋଗ ହୋଇଥିଲା। ଯାହାକୁ ଖାଇବାର ୬ ମାସ ମଧ୍ୟରେ ସଂପୃକ୍ତ କ୍ୟାନସର ଆକ୍ରାନ୍ତ ସୁସ୍ଥ ହୋଇଯାଇଥିବା ଦେଖିବାକୁ ମିଳିଛି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୧୮ ଜଣ କ୍ୟାନସର ଆକ୍ରାନ୍ତ ଡୋଷ୍ଟାରଲିମାବ (Dostarlimab) ନାମକ ଔଷଧକୁ ୬ ମାସ ସେବନ କରିଥିଲେ। ଏହାପରେ ସେମାନଙ୍କ ଶରୀରରେ ଦେଖାଯାଉଥିବା ଟ୍ୟୁମର ମିଳେଇଯାଇଥିଲା। ଏହି ଡୋଷ୍ଟାରଲିମାବ ଔଷଧ ମଣିଷ ଶରୀରରେ ଏକ ଆଣ୍ଟିବଡି ଭଳି ତିଆରି ହୁଏ।

ଯେଉଁ ଆକ୍ରାନ୍ତଙ୍କୁ ଏହି ଡୋଷ୍ଟାରଲିମାବ ଦିଆଯାଇଥିଲା ସେମାନଙ୍କ ପାଖରେ ଥିବା ଟ୍ୟୁମର ଧୀରେ ଧୀରେ ଗାଏବ ହୋଇଯାଇଥିଲା। ଶରୀରରୁ ଟ୍ୟୁମର ଗାଏବ ହୋଇଯିବା ପରେ ସଂପୃକ୍ତ ବ୍ୟକ୍ତିଙ୍କର ଏଣ୍ଡୋସ୍କୋପି, ଫିଜିକାଲ ପରୀକ୍ଷା, ପଜିଟ୍ରନ ଏମିଶନ ଟୋମୋଗ୍ରାଫି ଏବଂ ପିଇଟି ପରୀକ୍ଷା ହୋଇଥିଲା।

ନ୍ୟୁୟର୍କର ମେମୋରିଆଲ ସ୍ଲୋନ କ୍ୟାଟାରିଂ ସେଣ୍ଟରର ଡାକ୍ତର ଲୁଇସ ଏ ଡିଆଜ କହିଛନ୍ତି, ଇତିହାସରେ ପ୍ରଥମ ଥର ପାଇଁ ଏପରି ଚମତ୍କାର ଦେଖିବାକୁ ମିଳିଛି। ଜଣେ ଆକ୍ରାନ୍ତ ଔଷଧ ଖାଇବା ପରେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହେବା ଏହା ଇତିହାସରେ ପ୍ରଥମ ।

Comments are closed.