Latest Odisha News

BREAKING NEWS

ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରୀକୁ ଖସିଲା

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ । ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ୫ ଡିଗ୍ରୀ ରହିଛି ରାତି ତାପମାତ୍ରା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡିଗ୍ରୀ ଯାଏଁ ରାତ୍ରି ତାପମାତ୍ରା କମ୍ ରେକର୍ଡ ହୋଇଛି । ରାଜ୍ୟରେ ୯ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ଜି.ଉଦୟଗିରିରେ ସର୍ବନିମ୍ନ ୫ଡିଗ୍ରୀ ରହିଥିବାବେଳେ ସେମିଳିଗୁଡାରେ ୭ଡିଗ୍ରୀ, କେନ୍ଦୁଝରରେ ୭.୬ଡିଗ୍ରୀ, ଚିପିଲିମାରେ ୭.ଡିଗ୍ରୀ, ଫୁଲବାଣୀରେ ୮ ଡିଗ୍ରୀ, ଝାରସୁଗୁଡାରେ ୮.୨ଡିଗ୍ରୀ, ସୁନ୍ଦରଗଡରେ ୮.୫ ଡିଗ୍ରୀ, କୋରାପୁଟ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ ଏବଂ ଅନୁଗୁଳରେ ୧୦ ଡିଗ୍ରୀ ରହିଛି ରାତି ତାପମାତ୍ରା ।

ଭୁବନେଶ୍ୱରରେ ରାତି ତାପମାତ୍ରା ୧୩ ଡିଗ୍ରୀ ଓ କଟକରେ ୧୩.୨ ଡିଗ୍ରୀ ରହିଛି ।

ଗତ ୨୪ଘଣ୍ଟାରେ ପାଗ ଶୁଖିଲା ରହିଛି । କେତେକ ସ୍ଥାନରେ କୁହୁଡି ଦେଖାଦେଇଛି । କନ୍ଧମାଳରେ ଘନ କୁହୁଡ଼ିର ଦୃଶ୍ୟମାନ ୧୫୦ ମିଟର ରହିଛି । କଟକ ଓ ଭବାଣୀପାଟଣାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେଇଥିଲା । ତେବେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ କହିଛନ୍ତି ।

Leave A Reply

Your email address will not be published.