Latest Odisha News

ଅସହ୍ୟ ହେଉଛି ଅଭାବ : କୋଳ ଶିଶୁକୁ ବିକିବାକୁ ଦ୍ୱାର ଦ୍ୱାର ବୁଲୁଛି ମା’

କେନ୍ଦୁଝର: ଅଭାବ ପାଖରେ ହାର ମାନିଲା ମମତା । ୧୦ମାସର ଯନ୍ତ୍ରଣା, କୋଳଛୁଆର ନିରୀହ ମୁହଁ ସବୁ ଫିକା ପଡି ଯାଉଥିଲା । ଆଖି ଖୋଲିଲେ ଦିଶି ଯାଉଥିଲା କଅଁଳ ଶିଶୁର ଭୋକିଲା ମୁହଁ ।  ଭୋକିଲା ପେଟ ତାର ମାତୃତ୍ୱକୁ ଯେମିତି ଉପହାସ କରୁଥିଲା । ବାଧ୍ୟ ହୋଇ ନେଇଥିଲା ନିଷ୍ଠୁର ନିଷ୍ପତ୍ତି । ବାଧ୍ୟ ହୋଇଥିଲା ମାତୃତ୍ୱର ମମତାକୁ ଜଳାଞ୍ଜଳି ଦେବାକୁ  । ୧୦ ହଜାର ଟଙ୍କାରେ ତିନିମାସର ଶିଶୁକୁ ବିକି ଦେବାକୁ ବସିଥିଲା ମା’ । ଏପରି ହୃଦୟ ଭିଜାଇ ଦେବା ପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।

BjdElectrycity

ମହିଳା ଜଣକ ଘର ଘର ବୁଲି ନିଜର ୩ ମାସ ର କଅଁଳ ଝିଅ କୁ ବିକ୍ରି କରିବାକୁ ମୂଲଚାଲ କରୁଛନ୍ତି। ଏ ଦୃଶ୍ୟ ଦେଖିବା ଲୋକର ଆଖି ଓଦା ହୋଇ ଯାଉଥିଲା । କେଉଁ ମା’ ଏମିତି କ୍ଷୀର ଖିଆ ଛୁଆକୁ ଦେବାକୁ ଚାହିଁବ ? ସେତିକି କଷ୍ଟ ନ ହେଲେ କେଉଁ ମା’ କରିପାରେ ମମତାର ମୂଲଚାଲ ?

ଏ ଦୃଶ୍ୟ ସରକାରୀ ଯୋଜନା ପ୍ରତି ଏକ ପ୍ରଶ୍ନବାଚୀ । ଏ ଦୃଶ୍ୟ ସରକାରଙ୍କ ବିକାଶ ପ୍ରତି ଏକ ପ୍ରଶ୍ନବାଚୀ  ଏ ଦୃଶ୍ୟ ଆଉ ଏକ ପ୍ରଶ୍ନ ବି ଉଠାଏ, କୁଆଡ ବାଟବଣା ହୋଇ ଯାଉଛି ସରକାରଙ୍କ ବିକାଶମୂଳକ ଯୋଜନା ?  ହାଟଡିହ ବ୍ଲକ ବିଷ୍ଣୁପୁର ଗାଁରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଭାବାବେଗଭରା  ଦୃଶ୍ୟ। ମା’ ଟିଏ ନିଜ ୩ ମାସର ଶିଶୁକୁ ବିକ୍ରୀ କରିବା ପାଇଁ ଘର ଘର ବୁଲି ମୂଲଚାଲ କରୁଛି  । ଯେମିତି ଶିଶୁ ସନ୍ତାନ ନୁହେଁ, କିଛି ସାମଗ୍ରୀ.. । ଅଞ୍ଚଳବାସୀଙ୍କୁ ବି ବାଧିଥିଲା ଏ ଦୃଶ୍ୟ । ସେମାନେ ଉକ୍ତ ମହିଳାଙ୍କୁ ବୁଝା୍ଶୁଝା କରି ରଖିଥିଲେ ।

ଏହି ଅଭାବି, ଅସହାୟ ମହିଳାଜଣକ ହେଉଛନ୍ତି ଶାଳନିଆ ପଞ୍ଚାୟତ ମନୋହରପୁର ଗାଁରେ ମମତା ଦାଶ ।  ୭ ମାସ ତଳୁ ନିଜ ସ୍ବାମୀ ସନ୍ତୋଷ ଓ ଶାଶୁଙ୍କୁ ହରାଇ ଅସହାୟ ହୋଇ ଯାଇଛନ୍ତି। ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ନିକଟରେ ଆଧାର କାର୍ଡ ନାହିଁ କି ରାସନ୍ କାର୍ଡ ମଧ୍ୟ ନାହିଁ।  ତିନି ତିନୋଟି ଶିଶୁଙ୍କ ଦାୟତ୍ୱ । କେମିତି ସେମାନଙ୍କ ମୁହଁରେ ଦାନା ଦେବେ ?  ତେଣୁ ବାଧ୍ୟ ହୋଇ ସାନ ଝିଅକୁ ବିକ୍ରୀ କରିବାକୁ ବସିଛନ୍ତି ।

ଗାଁର ଜଣେ ମହିଳାଙ୍କ କହିବା ଅନୁଯାୟୀ,   ତାଙ୍କର ସ୍ଵାମୀ ଓ ଶାଶୂ ଆକସ୍ମିକ ଭାବେ ପ୍ରାଣ ହରାଇଛନ୍ତି।   ଏଯାବତ୍ ତାଙ୍କୁ କୌଣସି ସରକାରୀ ସୁବିଧା ମିଳି ପାରିନି। ସେ ନିଜର ୧୦ ବର୍ଷର ବଡ଼ପୁଅକୁ ଜଣେ ଘୁସୁରିଆକୁ ଦେଇ ଦେଇଛନ୍ତି। ଆଉ ଏହି ୩ ଝିଅ ଙ୍କ ଦାଇତ୍ୱ ନେବା ତାଙ୍କ ପକ୍ଷେ ସମ୍ଭବପର ହେଉନାହିଁ।
ଆନନ୍ଦପୁର ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ  ସାହଯ୍ୟ ଯୋଗାଇ ଦେବାକୁ ଫୋନ୍ ଯୋଗେ ପ୍ରତିଶ୍ରୁତି  ଦେଇଛନ୍ତି। ଘଟଣା ସ୍ଥଳରେ ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ପହଞ୍ଚିଛନ୍ତି ।

ମିଳିଥିବା ଶେଷ ଖବର ଅନୁଯାୟୀ, ସ୍ଥାନୀୟ ବିଡିଓ ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି । ପରେ ଉକ୍ତ ଅସହାୟ ମିହିଳାଙ୍କର ମଧ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଶିଶୁ ବିକ୍ରି କରିବାକୁ ମନା କରିଛନ୍ତି । ମଜାରେ ମଜାରେ ଏହି କଥା କହିଥିଲେ ବୋଲି ୨ୟ ବିଡିଓରେ ବୟାନ ଦେଇଛନ୍ତି ଉକ୍ତ ମହିଳା ।

Leave A Reply

Your email address will not be published.